32.9 C
Balāngīr
Wednesday, April 23, 2025

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତ ଦାନ ଅଭିଯାନ ର ଶୁଭାରମ୍ଭ : ରକ୍ତ ଦାନ କଲେ ଏଡିଏମ ଓ ବିଭିନ୍ନ ପଦାଧିକାରୀ

Must read

ସୁବର୍ଣ୍ଣପୁର, (୦୮/୦୪) : ଆ.ପ୍ର : ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ରେଡକ୍ରସ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତ ଦାନ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରଯାଇଛି lWhatsApp Image 2025 04 09 at 08.51.54 ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତ ଦାନ ଅଭିଯାନ ର ଶୁଭାରମ୍ଭ : ରକ୍ତ ଦାନ କଲେ ଏଡିଏମ ଓ ବିଭିନ୍ନ ପଦାଧିକାରୀ

ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ଏଡିଏମ୍ ଶ୍ରୀମତୀ ପଧାନ ନିଜେ ରକ୍ତଦାନ କରି ମେଡିକାଲ କର୍ମଚାରୀ, ରକ୍ତଦାତା, ସ୍ବେଛାସେବୀ ଓ ଯୁବପୀଢ଼ିଙ୍କୁ ପ୍ରେରଣା ଯୋଗାଇ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ସମ୍ମାନିତ ଅତିଥି ଭାବରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡକ୍ରସ ଶାଖା ସମ୍ପାଦକ ପ୍ରତୀକ କର,ଏଡିପିଏଚଓ (ଭିବିଡି) ଡ଼ା.ଗୋପାଳ ଚନ୍ଦ୍ର ମଲ୍ଲିକ, ବ୍ଲଡ ବ୍ୟାଙ୍କ୍ ଅଫିସର ଡା.ମାନସ ଦାଶ ପ୍ରମୁଖ ଯୋଗ ଦେଇ ଉପସ୍ଥିତ କଲେଜ୍ ଛାତ୍ର ଛାତ୍ରୀ, ରକ୍ତଦାତାଙ୍କୁ ଅଭିନନ୍ଦନ ଜଣାଇ ଅଧିକ ମାତ୍ରାରେ ନୂଆ ରକ୍ତଦାତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ଲ

ଜିଲ୍ଲା ପ୍ରଶାସନ ଅଧିକାରୀ ଡି ଏସ୍ ଏସ ଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଏବଂ ଡି ପି ଏମ ବିଶ୍ୱମ୍ବର ବେହେରା ପ୍ରମୁଖ ରକ୍ତଦାନ କରିଥିଲେ l ହସ୍ପିଟାଲ ମ୍ୟାନେଜର ବି.କେ. ସାଗରିକାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଆଜିର ସମସ୍ତ କାର୍ଯ୍ଯକ୍ରମ ପରିଚାଳନାରେ ରକ୍ତଦାତା ସଂଘ ସଭାପତି ମନୋଜ୍ ପଣ୍ଡା, ରେଡକ୍ରସ ସଂଯୋଜକ ଅଧ୍ୟାପକ ଉମାକାନ୍ତ ନାଗ, ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସହଯୋଗ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ,ସ୍ୱଚ୍ଛ ଭାରତ ସଂଗଠନ ସ୍ବେଛାସେବୀ,ବିଜୁ ପଟ୍ଟନାୟକ ନର୍ସିଂ ସ୍କୁଲ୍, ରକ୍ତଦାତା ସଂଘ କର୍ମକର୍ତ୍ତା, ସୋନପୁର କଲେଜ୍ ଏନ୍ ସି ସି କ୍ୟାଡେଟ ଯୋଗଦେଇ ଉତ୍ସାହ ବଢାଇଥିଲେ l

ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ସଭା ସଂଯୋଜନା କରିଥିବା ବେଳେ ଡି ପି ଏମ ଶ୍ରୀ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l ରକ୍ତଦାତା ତଥା ଏଡିଏମ୍ ଅଞଳୀନା ପଧାନ, ଡି ପି ଏମ୍, ଡି ଏସ ଏସ ଓ, ରକ୍ତଦାତା ତ୍ରିଲୋଚନ ପାଣିଗ୍ରାହୀ ଓ ଅଞଳୀ ପାଣିଗ୍ରାହି (ଦମ୍ପତ୍ତି), ଉମାକାନ୍ତ ଖମାରୀ, ଜଗନ୍ନାଥ ନନ୍ଦଙ୍କ ସମେତ ସମସ୍ତ ରକ୍ତଦାତାଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି l ବ୍ଲଡ ବ୍ୟାଙ୍କ୍ କର୍ମଚାରୀ ଜଗତ ଦରୱାନ, ଟିଟୁ ଭୋଇ, ସତ୍ୟ ତାଣ୍ଡି ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ରକ୍ତ ସଂଗ୍ରହ ଓ ରେଜିଷ୍ଟ୍ରେସନ୍ କାର୍ଯ୍ଯରେ ସହଯୋଗ କରିଥିଲେ l ଆଜିର ଏହି ରକ୍ତଦାନ ଅଭିଯାନରେ ସମୁଦାୟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା lଏ ଡି ପି ଏଚ ସି ଓ ବୃନ୍ଦାବନ ସାହୁ କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...