32.9 C
Balāngīr
Sunday, July 20, 2025

ସୁବର୍ଣ୍ଣପୁର ରେ ଚତୁର୍ଦ୍ଧାମୂର୍ତ୍ତିଙ୍କର କଳ୍କୀ ଅବତାର

Must read

ସୁବର୍ଣ୍ଣପୁର, (୦୪/୦୭) : ଆ.ପ୍ର : ସୁବର୍ଣ୍ଣପୁର ର ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଚତୁର୍ଦ୍ଧାମୂର୍ତ୍ତି କଳ୍କୀ ଅବତାରରେ ଦର୍ଶନ ଦେଇଛନ୍ତି ।WhatsApp Image 2025 07 05 at 05.44.06 1 ସୁବର୍ଣ୍ଣପୁର ରେ ଚତୁର୍ଦ୍ଧାମୂର୍ତ୍ତିଙ୍କର କଳ୍କୀ ଅବତାର

ଶ୍ରୀମଦ୍ ଭାଗବତ ଓ କଳ୍କୀ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏହି ଅବତାର କଳିଯୁଗର ଅନ୍ତ ସମୟ ଓ ସତ୍ୟ ଯୁଗ ତଥା ସନ୍ଧି କାଳ ହୋଇଥିବ ସେହି ସମୟରେ ନେବେ ବୋଲି ଉଲ୍ଲେଖ ରହିଥିବା ଜଣାଯାଏ। ଏହି ଦୁର୍ଲ୍ଲଭବେଶର ଦର୍ଶନ କରିବା ତଥା ଆଜି ଘୋଷ ଯାତ୍ରା ସମୟରେ ଜଗତର ନାଥ ଜଗନ୍ନାଥଙ୍କ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ଶେଷ ଦିନ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା। ହିନ୍ଦୁଧର୍ମର ମାନ୍ୟତା ଅନୁଯାୟୀ ଜଗତର ନାଥ ଜଗନ୍ନାଥଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କଲେ କୋଟି ଜନ୍ମର ପାପ ନାଶ ଯାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ତେଣୁ ଆଜି ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନଚେତ୍ ପୁଣି ଆଉ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ ମହାପ୍ରଭୁଙ୍କ ଏହି ଦିବ୍ୟ ଅବତାର ବା ଲୀଳା ରଚନାର ସାନ୍ନିଧ୍ୟ ଟିକକ ପାଇବା ପାଇଁ । ସହରର ଚାରିଗୋଟି ବୃନ୍ଦାବନ ବିହାରୀ ମନ୍ଦିର, ଶ୍ରୀ ଜୀଉ ଦଧିବାମନଙ୍କ ମଝିପଡ଼ା, ଥନାପତି ପଡା ମଣ୍ଡପରେ ପ୍ରଭୁ ଏହି ଅବତାର ଧାରଣ କରି ଦର୍ଶନ ଦେଉଥିବାରୁ ସହର ଉତ୍ସବ ମୁଖରିତ ହୋଇ ଉଠିଥିଲା।

ବର୍ଷା ହେଉଥିବା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଦର୍ଶନ ସାରି ଗୁଣ୍ଡିଚା ମନ୍ଦିର ଠାରେ ଭଜନ ସନ୍ଧ୍ୟା କଳାକାରଙ୍କ ସଙ୍ଗୀତରେ ବେଶ୍ ଝୁମି ରହିଥିବା ଦେଖାଯାଇଥିଲା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏସପି ନାରାୟଣ ନାୟକ ଓ ଏଡିଏମ ଯୋଗଦେଇ ଉପସ୍ଥିତ ଶ୍ରଦ୍ଧାଳୁ ତଥା କଳାକାର ଏବଂ ଗୁଣ୍ଡିଚା ରଥଯାତ୍ରା ସାଂସ୍କୃତିକ କମିଟିକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ବାହୁଡ଼ା ଯାତ୍ରା ଦିନ ‘ମା ଇଷ୍ଟଦେବୀ ମେଲୋଡି’ ଉମାକାନ୍ତ ବାରିକ ଓ ସାଥୀ ଙ୍କ କାର୍ଯ୍ୟକ୍ରମ ରହିଥିବା ଗୁଣ୍ଡିଚା ରଥଯାତ୍ରା ସାଂସ୍କୃତିକ କମିଟି ପକ୍ଷରୁ ସୁଚନା ଦିଆଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...