32.9 C
Balāngīr
Tuesday, May 13, 2025

ସୁବର୍ଣ୍ଣପୁର ରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ନୂତନ ଟାଉନ ହଲରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ୨୦୨୫ ସମାରୋହ ଉତ୍ସବମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 04 24 at 20.44.50 ସୁବର୍ଣ୍ଣପୁର ରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥ୍‌ ଭାବରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସୁପାର ଠେଲା ଯୋଗଦାନ କରିଥିବାବେଳେ ବଲାଙ୍ଗୀର ଲୋକସଭା ସାଂସଦଙ୍କ ଜିଲ୍ଲା ପ୍ରତିନିଧୂ ଶରତ ଶତପଥୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ଅଶ୍ବିନୀ କୁମାର ମେହେର, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ପଲ୍ଲବୀ ରାଣୀ ରାଜ, ଉପଜିଲ୍ଲାପାଳ ଲଲାଟେନ୍ଦୁ ସି. ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କର ପ୍ରମୁଖ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଅବସରକୁ ଅଧକ ଗମ୍ଭୀରତା ଦେଇଥିଲେ ।

ସମାରୋହର ଆରମ୍ଭରେ ୨୨ ତାରିଖ ପେହେଲଗାମରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଜୀବନ ହରାଇଥିବା ୨୭ ଜଣ ପର୍ଯ୍ୟଟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ଏକ ନିରବ ପ୍ରାର୍ଥନା ଆୟୋଜିତ ହୋଇଥିଲା। ଏହି ସମାରୋହ ଅବସରରେ ଜିଲ୍ଲାପାଳ ଶ୍ରୀମତୀ ଦାସ ପଂଚାୟତିରାଜ ଦିବସର ତାତ୍ପର୍ଯ୍ୟ ସହ ପଂଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଲେ ଯେ “ପଞ୍ଚାୟତିରାଜ ଦିବସ ଏକ ଗୌରବମୟ ଅବସର ଯେଉଁଥିରେ ଆମେ ଗ୍ରାମ ସ୍ତରରୁ ଆରମ୍ଭ କରି ଶାସନର ସ୍ବରାଜକୁ ସାକାର କରିବା ପ୍ରତିବଦ୍ଧତାକୁ ସ୍ମରଣ କରୁଛୁ । ଗ୍ରାମର ଲୋକଙ୍କ ଶକ୍ତି ଓ ସଚେତନତା ହେଉଛି ସମୃଦ୍ଧିର ମୂଳ ଆଧାର ।

ସମସ୍ତଙ୍କ ସହଯୋଗ ଓ ଉତ୍ସାହ ଦ୍ବାରା ସାମୂହିକ ଭାବେ ଜିଲ୍ଲାର ଉନ୍ନତି ଓ ସମାଜ ବିକାଶର ପ୍ରତିବଦ୍ଧତାକୁ ଅକ୍ଷୁର୍ଣ ରଖିବାକୁ ଆହ୍ୱାନ ଦେଇ ଅନୁର୍ଭୁକ୍ତି ଓ ସଚେତନ ଭାଗୀଦାରୀ ଦ୍ବାରା ଗ୍ରାମ ଉନ୍ନତି ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ସମାରୋହ ଅବସରରେ ଜିଲ୍ଲାର ସମସ୍ତ ୬ଟି ବ୍ଲକ ଅଞ୍ଚଳରେ ଗ୍ରାମ୍ୟଞ୍ଚଳ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ୮୮ଟି ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା। ଲୋକାର୍ପଣ ଅବସରରେ ବଲାଙ୍ଗୀର ଲୋକସଭା ସାଂସଦଙ୍କ ପ୍ରତିନିଧି, ସୋନପୁର ଓ ବୀରମହାରାଜପୁର ବିଧାୟକଙ୍କ ପ୍ରତିନିଧି, ଜିଲ୍ଲାପରିଷଦ ଅଧ୍ୟକ୍ଷା, ସୁବର୍ଣ୍ଣପୁର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ନୂତନ ରାସନ କାର୍ଡ ବଣ୍ଟନର ଶୁଭାରମ୍ଭ ଅବସରରେ ଜିଲ୍ଲା ସମାରୋହରରେ ଅତିଥିବୃନ୍ଦ ଜିଲ୍ଲାର ୩୫ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିଥିଲେ ।

ସେହିପରି ରାଜ୍ୟ ସ୍ତରରେ ପୁରସ୍କୃତ ଜିଲ୍ଲାର ୫ଟି ଗ୍ରାମପଂଚାୟତକୁ ୩ ଲକ୍ଷ ୮୬ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏନ ଆର ଇ ଜି ଏସ ଅନ୍ତର୍ଭୁକ୍ତ ବିଭିନ୍ନ ଯୋଜନାରେ ସୋନପୁର ବ୍ଲକର ୫ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ସହାୟତା ରେ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରାଯାଇଛି। ପୁନଶ୍ଚ ଜିଲ୍ଲାର ବିଭିନ୍ନ ବ୍ଲକର ଯୋଗ୍ୟ ହିତାଧିକାରୀଙ୍କୁ ଅତିଥିବୃନ୍ଦ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ/ ଗୋପବନ୍ଧୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ।

ସମାରୋହ ଅବସରରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମାରୋହରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ନିମନ୍ତେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଆଜି ସମାରୋହରେ ପ୍ରାୟ ୧୫୦୦ ରୁ ଅଧିକ ସଂଖ୍ୟକ ଜନସାଧାରଣ, ସୁଭଦ୍ରା ମାଁ, ତଥା ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ, ଅଧିକାରୀ ସାମ୍ବାଦିକ ପ୍ରଭୁତି ଉପସ୍ଥିତ ରହି ସମାରୋହକୁ ସଫଳ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...