32.9 C
Balāngīr
Tuesday, May 13, 2025

ସୁବର୍ଣ୍ଣପୁର ରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳିତ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ସୁବର୍ଣ୍ଣପୁର, (୩୦/୦୪) : ଆ.ପ୍ର : ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି ।WhatsApp Image 2025 04 30 at 21.43.02 ସୁବର୍ଣ୍ଣପୁର ରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳିତ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆୟୋଜିତ କୃଷକ ଦିବସ ପାଳନରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପାରମ୍ପରିକ ପୂଜାର୍ଚ୍ଚନା ପରେ ଅକ୍ଷୀମୁଠି ଅନୁକୂଳ କରିଥିଲେ । ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅକ୍ଷୟ ତୃତୀୟା ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଚଳିତ ଖରିଫ ଋତୁରେ କୃଷି ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଚଳିତ କୃଷିବର୍ଷରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୧ଲକ୍ଷ ୨୮ହଜାର ହେକ୍ଟରରେ ଧାନଚାଷ ସହ ଅଣଧାନ ଚାଷ କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିବାବେଳେ ୭୦ ହଜାର ହେକ୍ଟରରେ ଧାନଚାଷ ଏବଂ ବୀରମହାରାଜପୁର ଓ ସଦର ସୋନପୁର ବ୍ଲକରେ ୨ହଜାର ହେକ୍ଟରରେ ପ୍ରଥମଥର ପ୍ରାକୃତିକ କୃଷି ଅଭିଯାନରେ ଜୈବିକ ଧାନଚାଷକୁ ଗୁରୁତ୍ୱ ଦିଆଯାଇଛି । ମୃତ୍ତିକା ପରୀକ୍ଷଣ,କମ୍ପୋଷ୍ଟ ଖତ, ଜିଆ ଖତ ବ୍ୟବହାର ସହ ଜଳର ସୁପରିଚାଳନାକୁ ଗୁରୁତ୍ୱ ଦେବାକୁ କେ.ବି.କେ କୃଷି ବିଜ୍ଞାନୀ ବିଶ୍ୱରଞ୍ଜନ ପଟ୍ଟନାୟକ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ସୋନପୁର ଉପଖଣ୍ଡ ଘନଶ୍ୟାମ ଦେହୁରୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କୃଷକ ଦିବସ ପାଳନର ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆରେ ଖରିଫ ୨୦୨୫ ସିଏମ କିସାନ ସହାୟତା ରାଶିର ହସ୍ତାନ୍ତର କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବହୁ ଅଗ୍ରଣୀ ଚାଷୀ, କୃଷକ ଅନୁଷ୍ଠାନର ସଦସ୍ୟ ସଦସ୍ୟା ତଥା ଗଣମାଧ୍ୟ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ l

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...