ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୦୧) : ସୁବର୍ଣ୍ଣପୁର ନୂତନ ଟାଉନ ହଲ୍ ରେ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନ୍ୟା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ଅଞ୍ଜଳିନା ପ୍ରଧାନ, ସୋନପୁର ଉପଜିଲ୍ଲାପାଳ ଡ ସୌମ୍ୟାରୁପା ରଥ, ବୀରମହାରାଜପୁର ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ସୋନପୁର ଉପ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରି ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ଦାସ ସମସ୍ତ ମତଦାତାଙ୍କୁ ସଂକଳ୍ପ ପାଠ କରାଇଥିଲେ l ଯୁବ ନୂଆ ଭୋଟର ମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କ ହାତରେ ଦେଶର ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ସେ ଉଦବୋଧନ ଦେଇଥିଲେ l ଜାତୀୟ ମତଦାତା ଦିବସ ଅବସରରେ ନୂତନ ଯୁବ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l
ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ହୋଇଥିବା ରଚନା, ତର୍କ ଓ ଚିତ୍ରାଙ୍କନ ଓ କୁଇଜ଼ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଭୋଟର ସଚେତନତା ଓ ଭୋଟର ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ନିର୍ବାଚନମଣ୍ଡଳୀ ସୋନପୁର , ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ର ଅଧିକାରୀ କର୍ମଚାରୀ, ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା l
ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜୟଦ୍ରଥ ଜଗଦଲା ,ଏବଂ ଅନ୍ୟାନ୍ୟ ପଦାଧିକାରୀ,କର୍ମଚାରୀ ସହାୟତା ପ୍ରଦାନ କରିଥିଲେ । ନୀଳାମ୍ବର ଶତପଥି ବରିଷ୍ଠ ରାଜସ୍ବ ସହାୟକ ସଭା ସଂଯୋଜନା କରିଥିଲେ l
ସଭା ପୂର୍ବରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରେଲିରେ ସୋନପୁର ମହାବିଦ୍ୟାଳୟର ଏନସିସି କେଡେଟ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ସମେତ ଇନଫିନିଟି ର କର୍ମକର୍ତ୍ତା, ଏସ ଏଚ ଜି ସଦସ୍ୟା ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ,ଶିକ୍ଷକ, ନୂତନ ଭୋଟର ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ l