32.9 C
Balāngīr
Thursday, June 12, 2025

ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ

Must read

ସୁବର୍ଣ୍ଣପୁର, (୨୩/୦୫) : ଆ.ପ୍ର : ଓଡ଼ିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ପହଞ୍ଚି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକ ଅଞ୍ଚଳ ରେ ସମୁଦାୟ ୨୭ କୋଟି ଟଙ୍କା ବ୍ୟୟରେ ୬୩ ଗୋଟି ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ lWhatsApp Image 2025 05 23 at 20.30.48 ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ

ସୋନପୁର ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ମନ୍ତ୍ରୀ ଶ୍ରୀ ନାୟକ ଏ ବିଷୟରେ ସୂଚନା ଦେଇ ସୁବର୍ଣ୍ଣପୁର ଜିଲ୍ଲା ର ସାମଗ୍ରିକ ବିକାଶ ଦିଗରେ ସେ ଆମ ସରକାର ବଦ୍ଧ ପରିକର ବୋଲି ମଧ୍ୟ ପ୍ରକାଶ କରିଥିଲେ l ଜିଲ୍ଲା ରେ ପଞ୍ଚାୟତ ଭବନ କୁ କାର୍ଯ୍ୟକ୍ଷମ କରାଇବା, ଅଧା ପନ୍ତରିଆ ହୋଇ ପଡ଼ିଥିବା ରିଙ୍ଗ ରୋଡ କାର୍ଯ୍ଯ, ଅଙ୍ଗ କେନାଲ ସମ୍ପ୍ରସାରଣ କାର୍ଯ୍ଯ, ଆଧୁନିକ ବା ନୂତନ ବସଷ୍ଟାଣ୍ଡ ନିର୍ମାଣ, ୭୫ ବର୍ଷ ର ପୁରାତନ ସୋନପୁର କଲେଜ୍ କୁ ସରକାରୀ କରିବା, କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ଦାବୀ ଓ ନୂଆଁ ସରକାର କୁ ଗୋଟେ ବର୍ଷ ବିତିଲା ପରେ ବି କେବଳ ରଙ୍ଗ ବଦଳିବା ବ୍ୟତୀତ ଆଉ କିଛି ବି ପରିବର୍ତନ ଦେଖା ଯାଉ ନ ଥିବା, ଯେଉଁ ବ୍ୟୁରୋକ୍ରାଟ ଶାସନ କୁ ସେହି ଶାସନ ଥିବା ଓ ତଳ ସ୍ତର ର ଦଳୀୟ କର୍ମୀ ନିରୁତ୍ସାହିତ ଥିବା କହି ଏଭଳି ବିଭିନ୍ନ ଜରୁରୀ ପ୍ରସଙ୍ଗ ଉପରେ ସାମ୍ୱାଦିକ ଙ୍କ ଅନେକ ପ୍ରଶ୍ନ କୁ ମନ୍ତ୍ରୀ ଗୁରୁତ୍ଵ ର ସହ ହୃଦୟଙ୍ଗମ କରି ଶୀଘ୍ର ସମାଧାନ ପାଇଁ ପ୍ରତିଶୁତି ଦେଇ ଥିଲେ l

ଏ ସମସ୍ତ ବିଷୟ ରେ ବୁଦ୍ଧିଜୀବୀ, ପ୍ରଶାସନ ଓ ଦଳୀୟ ନେତା କର୍ମୀ ଙ୍କ ସହିତ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା ଓ ଏ ପ୍ରକଳ୍ପ ଗୁଡ଼ିକ କାର୍ଯ୍ଯ କୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇଥିବା ବିଷୟ ସାମ୍ୱାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ l ସୋନପୁର ସର୍କିଟ ହାଉସ ଠାର ଏକ ସାମ୍ବାଦିକ ସମ୍ମିଳନୀ ରେ ମନ୍ତ୍ରୀ ଶ୍ରୀ ନାୟକ ଏ ବିଷୟରେ ସୂଚନା ଦେଇ ସୁବର୍ଣ୍ଣପୁର ଜିଲ୍ଲା ର ସାମଗ୍ରିକ ବିକାଶ ଦିଗରେ ସେ ଆମ ସରକାର ବଦ୍ଧ ପରିକର ବୋଲି ମଧ୍ୟ ପ୍ରକାଶ କରିଥିଲେ l

ଜିଲ୍ଲା ରେ ମନେରଗା କାମ ସବୁ ଟ୍ରାକ୍ଟର ଓ ବିଭିନ୍ନ ମେସିନ ଦ୍ୱାରା କରା ଯାଉଥିବା, ପି ଆର୍ ଆଇ ମେମ୍ବର ଙ୍କ ବିଶ୍ରାମ ପାଈଁ ଉଦ୍ଧିଷ୍ଟ ଜିଲ୍ଲା ସଦର ମହକୁମା ରେ ଭୁତ କୋଠୀ କର୍ମୀ ମାନଙ୍କ ଉତ୍ସାହ କମିବା ପ୍ରଶ୍ନ କୁ ମନ୍ତ୍ରୀ ସ୍ବୀକାର କରି ଏହା ଦଳ ରେ ଉପରି ମହଲ ରେ ଗୁରୁତର ସହ ଆଲୋଚନା କରିବି ବୋଲି କହି ଉନ୍ନୟନ କାର୍ଯ୍ଯ ରେ ଲୋକ ଙ୍କ ବିଭିନ୍ନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରମାଣ ସହିତ ମୋ ପାଖକୁ ଭିଡିଓ ଫଟୋ ପଠାଇବାକୁ ସାମ୍ୱାଦିକ ଙ୍କୁ କହିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...