32.9 C
Balāngīr
Tuesday, May 13, 2025

ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘାଟିତ : ସ୍ମରଣିକା ଶାକ୍ତସ୍ୱର କୁ ଉନ୍ମୋଚିତ କଲେ ଅତିଥି ବୃନ୍ଦ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୧) : ସୁବର୍ଣ୍ଣ ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି ।

ଓରମାସ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଓ ଜିଲ୍ଲାପାଳ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ମହୋତ୍ସବର ପଲ୍ଲୀଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମାନ୍ୟବର ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁଭ ଉଦଘାଟନ କରି ପ୍ରାଚୀନ କାଳର ଉଦାହରଣ ଦେଇ କଳା ମାଧ୍ୟମରେ ଅନ୍ୟ ଦେଶ ସହ ସମ୍ପର୍କ ଯୋଡି ହୁଏ ବୋଲି ମତ ରଖି ଆମ ସରକାର ଯାହା ପ୍ରତିଶ୍ରୁତି ରଖିଛି ତାହା ନିଶ୍ଚିତ ପୂରଣ କରିବ ବୋଲି କହି ଏ ସରକାର ଲୋକଙ୍କ ସରକାର ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ଯୋଗ ଦେଇ ସୁବର୍ଣ୍ଣପୁର କଳା ସଂସ୍କୃତି ପର୍ଯ୍ୟଟନ ର ପ୍ରାଣ କେନ୍ଦ୍ର ବୋଲି ମତ ପ୍ରକାଶ କରି ଏହାର ବିକାଶ ଓ ସୁରକ୍ଷା ପ୍ରତି ସଂକଳ୍ପ ବଦ୍ଧ ବୋଲି କହିବା ସହ ସୁବର୍ଣ୍ଣ ଲୋକ-ମହୋତ୍ସବ ଖୁବ୍ ନିଆରା ବୋଲି କହି ସଂସ୍କୃତି କଳା ପରମ୍ପରାକୁ ନେଇ ଜିଲ୍ଲା ଗଠିତ ବୋଲି କହିଥିଲେ ।

ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ମରଣିକା “ଶାକ୍ତସ୍ୱର ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ସୁବର୍ଣ୍ଣପୁର ଜିଲ୍ଲା ଉନ୍ନତି ହେଲେ ଏଇ ରାଜ୍ୟରେ ସୁବର୍ଣ୍ଣଯୁଗ ଆରମ୍ଭ ହେବ ବୋଲି କହିଥିଲେ। କବି ପ୍ରଦ୍ୟୁମ୍ନ କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ ସିଡିଇଓ ଅଶ୍ଵିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ସମସ୍ତ ଅତିଥି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ ।

ସକାଳୁ ପ୍ରଥମେ ୧୧ ଟା ରେ ସୋନପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ଆବାହନ କରି ମହୋତ୍ସବ ପଡ଼ିଆରେ ମଞ୍ଚ ପୂଜା କରାଯିବା ପରେ ସ୍ଥାନୀୟ ରୟାଲ ପଡ଼ିଆ ଠାରୁ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ଆସିଥିବା ହଜାର ହଜାର କଳାକାର ଙ୍କ ଗୀତ ନାଚ ସହ ଏକ ବିଶାଳ ଏହି ସାଂସ୍କୃତିକ ଓ ମଶାଲ ଶୋଭାଯାତ୍ରା କୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଉଦଘାଟନ କରିଥିବା ବେଳେ ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ଵିନୀ ମେହେର ଯୋଗ ଦେଇ ଶୋଭାଯାତ୍ରାରେ ରେ ସାମିଲ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...