32.9 C
Balāngīr
Friday, April 25, 2025

ସୁବର୍ଣ୍ଣ ଲୋକ ମହୋତ୍ସବ ର ସାଂସ୍କୃତିକ କମିଟି ବୈଠକ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର , (୧୧/୧୨) : ଆସନ୍ତା ଜାନୁୟାରୀ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମ ରେ ଅନୁଷ୍ଠିତ ହେବ।ଆୟୋଜିତ ଏହି ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀଙ୍କ ପୈ।ରହିତ୍ୟ ରେ ସୁବର୍ଣ୍ଣ ଲୋକ ମହୋତ୍ସବ ସାଂସ୍କୃତିକ କମିଟି ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହିପରିପ୍ରେକ୍ଷୀର ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୫ କୁ ଅଧିକ ଆକର୍ଷଣୀୟ କରିବାପାଇଁ ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ପ୍ରଦର୍ଶନ ଉପରେ ଆଲୋଚନା ହୋଇ ସର୍ବାଧିକ ଲୋକପ୍ରିୟ ଥିବା ସାଂସ୍କୃତିକ ଦଳ ମାନଙ୍କୁ ପ୍ରାଥମିକତା ଦେବାପାଇଁ ନିଷ୍ପତ୍ତି ହୋଇଥିଲା। ସେହିପରି ଜିଲ୍ଲା ର ସମସ୍ତ ବ୍ଲକ ର ବିକେଏସ୍ଏସ୍ , ପୌରାଞ୍ଚଳ ଓ ଏନ୍ଏସି ତଥା ରାଜ୍ୟ ସଂସ୍କୃତି ବିଭାଗ ଓ ରାଜ୍ୟ ବାହାର ର ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କୁ ନେଇ ଚଳିତ ବର୍ଷର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଥିଏଟର ମାର୍ଚ୍ଚ ରେ ଅନ୍ୟୁନ ୬୦୦ ଲୋକକଳାକାର ମାନଙ୍କୁ ନେଇ ଆୟୋଜନ କରାଯିବାକୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।

ଆଜିର ଏହି ବୈଠକ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ଡିସିସି ସଭ୍ୟ ମାନଭଞ୍ଜନ ମିଶ୍ର, ଦିଲ୍ଲୀପ ପାତ୍ର, ପ୍ରଦ୍ୟୁମ୍ନ କୁମାର ସାହୁ ବେଣୀମାଧବ ବେଦବାକ, ଲଡୁ କିଶୋର ମଲ୍ଲିକ,ନିରାକାର ଦେହେରୀ, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ମତାମତ ପ୍ରଦାନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...