ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୧୨) : ସୁଶାସନ ସପ୍ତାହ ସହ କାଶୀନଗର ବ୍ଲକ ପ୍ରଶାସନ ଗ୍ରାମଆଭିମୁଖୀ ହୋଇଥିବା ଜଣାଯାଇଛି l
ଆଜି କାଶୀନଗର ବ୍ଲକ ର ଖଣ୍ଡବା ଗ୍ରାମ ପଂଚାୟତ ର ଆଦର୍ଶ ନଗର ଠାରେ ଏହି ଶିବିର ଆୟୋଜିତ ହୋଇଛି l ଗ୍ରାମ କୁ ଯାଇ ପ୍ରଶାସନ ଲୋକଙ୍କ ଦାବୀ ଗ୍ରହଣ କରିଛି l ଏହି ଶିବିର ରେ ବିଡ଼ିଓ ଦମ୍ବୁରୁଧର ମଲ୍ଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ଡାକ୍ତର ବିଶ୍ୱାଳ, ସିଡିପିଓ କନକ ଲତା ପୂଜାରୀ, ଖଣ୍ଡବା ନାଏବ ସରପଞ୍ଚ ରକମ ସତୀଶ ଯୋଗ ଦେଇଥିଲେ l ମୋଟ ୨୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା l ଖଣ୍ଡବା ପଂଚାୟତ ରେ ଅଧିକାଂଶ ଲୋକ ଚାଷୀ ହୋଉଥବା ରୁ ସେଠାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସତୀଶ ଦାବିପତ୍ର ଦେଇଥିଲେ l ସରପଞ୍ଚ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନଥିଲେ l