32.9 C
Balāngīr
Saturday, July 12, 2025

ସୂଚନା ଅଧିକାର ଆଇନକୁ ଆଖି ଠାର–ଖବର ପ୍ରସାରଣ ପରେ ପିଛିଲା ତାରିଖରେ ଲେଖାଗଲା ଚିଠି 

Must read

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋଟପାଡ଼, (୩/୬) : ସୂଚନା ଅଧିକାର ଆଇନ୍ ଅନୁସାରେ ଆବେଦନ କରି ନିରାଶ ହେବା ସଂପର୍କରେ ଗତ କିଛି ଦିନ ତଳେ ଏକ ଖବର ପ୍ରସାରଣ ହୋଇଥିଲା ।

କୋଟପାଡ଼ ବ୍ଲକ୍ ଭନସୁଲୀ ପଞ୍ଚାୟତର ଲୋକ ସୂଚନା ଅଧିକାରୀ ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରେ ହରିଶ କୁମାର ପଟ୍ଟନାୟକ ନାମକ ଜଣେ ସମାଜସେବୀ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କିତ ତଥ୍ଯ ପାଇଁ ଗତ ୨୦୨୩ ମସିହା ନଭେମ୍ବର ୮ ତାରିଖ ଦିନ ଆବେଦନ କରିଥିଲେ । କିନ୍ତୁ ଭନସୂଲୀ ପଞ୍ଚାୟତ P.E.O. କୌଣସି ଉତ୍ତର ଦେଇ ନ ଥିଲେ । ଏ ନେଇ କିଛି ଦିନ ତଳେ ଏକ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଲୋକ ସୂଚନା ଅଧିକାରୀ ୨୦୨୪ ମସିହା ମଇ ୩୦ ତାରିଖ ଦିନ ସୂଚନା ବାବଦକୁ ୧୦୦୦ ଟଙ୍କା ପଇଠ କରିବା ପାଇଁ ଗୋଟିଏ ଚିଠି ଲେଖିଛନ୍ତି, ଯେଉଁ ଚିଠିକୁ ପିଛିଲା ତାରିଖ ପକାଇ (ତା ୫.୧୨. ୨୦୨୩) ଦସ୍ତଖତ କରାଯାଇଛି । ସୂଚନା ଅଧିକାର ଆଇନ୍ ଅନୁସାରେ ୧ ମାସ ମଧ୍ୟରେ ସୂଚନା ଦେବାରେ ବିଫଳ ହେଲେ ବିନା ମୂଲ୍ୟରେ ସୂଚନା ଦେବାର ନିୟମ ଅଛି ।

ଏହି ନିୟମକୁ ଅଣଦେଖା କରି ୧୦୦୦ ଟଙ୍କା ଦାବି କରିବା ତଥା ଟଙ୍କା ପଇଠ କରିବା ସମୟ ସୀମା ଚିଠିରେ ଉଲ୍ଲେଖ ନ କରିବା,କେତେ ପୃଷ୍ଠାର ସୂଚନା ପ୍ରଦାନ କରିବାକୁ ଯାଉଛନ୍ତି ତାହା ମଧ୍ୟ ଉଲ୍ଲେଖ ନ କରିବା, ସର୍ବୋପରି ଉନସୂଲୀ ପଞ୍ଚାୟତରେ ଡାକଘର ଥିବା ସତ୍ତ୍ଵେ କୋଟପାଡ଼ ଡାକଘରୁ ଚିଠି ପଠାଇବା ବିଷୟ ଲୋକ ସୂଚନା ଅଧିକାରୀ ଆଇନକୁ ହେୟ ଜ୍ଞାନ କରୁଥିବା ପ୍ରମାଣିତ କରୁଛି । ପଠା ଯାଇଥିବା ଚିଠିର ଦୂର୍ବଳ ଇଂରାଜୀ ତଥା କୋଟପାଡ଼ ଡାକଘରୁ ଚିଠି ପ୍ରେରଣ ରୁ ଜଣାପଡ଼ୁଛି ଯେ ଲୋକ ସୂଚନା ଅଧିକାରୀ ଅନ୍ୟ କାହାର ପରାମର୍ଶ କ୍ରମେ କାମ କରୁଛନ୍ତି । ତେବେ ସୂଚନା ଅଧିକାର କର୍ମୀଙ୍କୁ ସୂଚନା ପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡୁଛି ତାହା ଦେଖିବାକୁ ବାକି ରହିଲା ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...