ରାୟଗଡ଼ା, (୨୧/୦୩) : ଆ.ପ୍ର. : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଫାର୍ମାସୀ ବିଭାଗର ଅନ୍ତିମ ବର୍ଷର ବି.ଫାର୍ମା ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଫାର୍ମାସୀ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାତ୍ର, ସହଯୋଗୀ ପ୍ରଧ୍ୟାପକ ଡ଼ଃ ଦୀପଙ୍କର ରଥ, ଡ଼ଃ ଲାଡି ଆଲିକ୍ କୁମାର, ଡ଼ଃ ହରଗୌରୀ ମିଶ୍ର, ଡ଼ଃ କାମିନୀ ସେଠୀ ପ୍ରମୁଖ ମଞ୍ଚସିନ ଥିଲେ । ଏହି ବିଦାୟ କାଳୀନ ସମାରୋହରେ ଫାର୍ମାସୀ ବିଭାଗ ତୃତୀୟ ବର୍ଷାରେ ଅଧ୍ୟୟନରତ ବି. ଫାର୍ମା ଛାତ୍ରଛାତ୍ରୀମାନେ ସହକାରୀ ପ୍ରଧ୍ୟାପକ ଭରତ ଭୂଷଣ ସାହୁଙ୍କ ପରାମର୍ଶକ୍ରମେ ଅନ୍ତିମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ଦେଇଥିଲେ ।
ଏହି ଅବସରରେ ମଞ୍ଚସିନ ଅତିଥିଗଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୀବନରେ ଅଗୋକୁ ବାଢ଼ିବା ପାଇଁ ନିରନ୍ତର ପ୍ରୟାସ କରିବା ଆବଶ୍ୟକ । ଛାତ୍ରଛାତ୍ରୀ ମାନେ କିଭଳି ଭାବେ ଚାକିରି କରି ନିଜେ ଆତ୍ମ ନିର୍ଭରଶୀଳ ହେବେ ସେ ସମ୍ପର୍କରେ ଦିଗ୍ଦର୍ଷଣ ପ୍ରଦାନ କରିଥଲେ । ସେହିପରି ସମସ୍ତ ଛାତ୍ରଛାତ୍ରୀ ମାନେ ନାଚ ଗୀତର ଆସୋରରେ ସମସ୍ତଙ୍କୁ ମନୋରଞ୍ଜନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ନିଜ ସାଙ୍ଗସାଥୀ ଓ ଶ୍ରେଣୀ ଶିକ୍ଷକ ତଥା ସହକାରୀ ପ୍ରଧ୍ୟାପକ ପଲ୍ଲୀଶ୍ରୀ ଭୁକ୍ତାଙ୍କ ସହ ବିତେଇଥିବା ପ୍ରତିଟି ମୁହର୍ତ୍ତକୁ ମନେପକାଇ ଭାବପ୍ରବଣ ହୋଇଥିଲେ। ଏଥିରେ ପ୍ରାୟ ୧୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।