ରିପୋର୍ଟ : ଗୋପିନାଥ ଗୌଡ଼
ରାୟଗଡ଼ା, (୨୯/୦୧) : ରାୟଗଡ଼ା ସହର ଉପଖଣ୍ଡ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଉପନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ଯୋଗେ ଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତଯୋଗିତା କାର୍ଯ୍ୟକ୍ରମକୁ ସମାପ୍ତ ଘସଣା କରିଥିଲେ । ସେହିପରି ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ଫାର୍ମାସୀ ଅଧ୍ୟକ୍ଷ ଡ଼ଃ. ଚନ୍ଦ୍ରଶେଖର ପାତ୍ର, ନର୍ସିଂ ଅଧ୍ୟକ୍ଷ କେ.ଉର୍ମିଳା ପୂର୍ବତନ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ମଲ୍ଲିକ, ଜିଲ୍ଲା ପାଠାଗାର ଅଧିକାରୀ ଡମ୍ବରୁଧର ପଣ୍ଡା ପ୍ରମୂଖ ମଞ୍ଚାସୀନ ଥିଲେ। ପୂର୍ବତନ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ମଲ୍ଲିକ ନିଜ ଅଭି ଭାଷଣରେ ଦୈନନ୍ଦିନ ଜୀବନରେ କ୍ରୀଡ଼ାର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ ।
ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କ୍ରୀଡ଼ାର ସମସ୍ତ ନିୟମକୁ ତଦାରଖ କରିବା ନିମନ୍ତେ ପୂର୍ବତନ ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ଶତ୍ରୁଘ୍ନ ମଲ୍ଲିକଙ୍କୁ ପିଟି ଭାବେ ନିୟୋଜିତ କରାଯାଇଥିଲା। ସର୍ବ ଶେଷରେ ଅଧ୍ୟାପକ ଡ଼ଃ. ଗୋପାଳକୃଷ୍ଣ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।