32.9 C
Balāngīr
Sunday, July 20, 2025

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବିଶ୍ବ ବିଶ୍ଵ ସ୍ତନପାନ ସପ୍ତାହ ଦିବସ ପାଳିତ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୮/୦୮) : ମା’ କ୍ଷୀର ଗୋଟିଏ ଶିଶୁ ପାଇଁ ସର୍ବୋକୃଷ୍ଟ ଖାଦ୍ୟ ହୋଇଥାଏ । ବର୍ତ୍ତମାନ ଜନ୍ମଠାରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ କ୍ଷୀର ଦେବାକୁ ଡାକ୍ତରଙ୍କ ପରାମର୍ଶ ରହିଛି ।

ଶିଶୁ ଜନ୍ମ ହେବା ମାତ୍ରେ ମା’ର ପ୍ରଥମ କ୍ଷୀର ବା କଷ କ୍ଷୀର ପିଲାପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହା କମ୍ ପରିମାଣରେ ବାହାରୁ ଥିଲେ ମଧ୍ୟ ଶିଶୁର ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ଏହା ବେଶ୍ ସହାୟକ ହୋଇଥାଏ ବୋଲି କୁହାଯାଏ । ଏହି ପରିପେକ୍ଷିରେ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ନର୍ସିଂ ବିଭାଗର ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଶ୍ଵ ସ୍ତନପାନ ସପ୍ତାହ ଦିବସ ପାଳନ କରାଯାଇଛି। ଛାତ୍ରଛାତ୍ରୀ ମାନେ ଚିତ୍ର ଆଙ୍କି ଏହି ସ୍ତନପାନ ସଂମ୍ପର୍କରେ ସଚେତନତା ସୃଷ୍ଟି କରିଥଲେ । ଏହାସହ ଶିଶୁକୁ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଯତ୍ନବାନ ହେବା ଦରକାର। ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ ।

ସ୍ତନ୍ୟପାନ କରାଇବା ସମୟରେ ଶିଶୁ ଠିକ୍ ଭାବେ କ୍ଷୀର ଟାଣି ପିଉଛି କି ନାହିଁ ଧ୍ୟାନ ଦେବା ଦରକାର । ଶିଶୁଠିକ୍ ଭାବେ କ୍ଷୀର ନପିଇଲେ ମା’ଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳେ । କ୍ଷୀର ସବୁ ସ୍ତନରେ ଜମାଟ ବାନ୍ଧି ଗୋଟା ହୋଇଯାଏ । ଏହି ସମୟରେ ସ୍ତନ ପୀଡ଼ା ହେବା ସହ ମା’କୁ ଜ୍ଵର ହୋଇଥାଏ । ସ୍ତନରେ କ୍ଷୀର ଗୋଟା ହେଲେ ଗରମ ସେକ ଦେବା ଦ୍ଵାରା ତାହା ଠିକ୍ ହୋଇଥାଏ। ସ୍ତନରେ ଜମି ରହିଥିବା କ୍ଷୀରକୁ ଚିପୁଡ଼ି ବାହାର କରି ତାକୁ ଶିଶୁକୁ ଦିଆଯାଇପାରିବ ଓ ନବଜାତ ଶିଶୁମାନଙ୍କୁ କିପରି ସୁରକ୍ଷିତ ସ୍ତନ୍ୟପାନ କରାଯିବ, ମା’କ୍ଷୀର ଶିଶୁ ପାଇଁ କେତେ ଆବଶ୍ୟକ ଏହିସବୁ ବିଶୟ ଉପରେ ଆଲଚନା କରାଯାଇଥିଲା l

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...