ରାୟଗଡ଼ା, (୨୨/୦୪) : ଆପ୍ର. : ରାୟଗଡ଼ା ସହର ଇନ୍ଦ୍ରରା ନଗର ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ବିଶ୍ଵ ପୃଥିବୀ ଦିବସ ପାଳିତ ହୋଇଯାଇଛି l
ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀମାନେ ଏକ ଶୋଭଯାତ୍ରାରେ ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ସହରାଞ୍ଚଳ ଚିକିତ୍ସାଲୟ ଦେଇ ସେଞ୍ଚୁରିଆନ ପବ୍ଲିକ ସ୍କୁଲକୁ ଫେରିଥିଲେ । ପୃଥିବୀ କୁ ସ୍ୱଚ୍ଚ ଓ ସୁରକ୍ଷିତରଖିବା ସମ୍ପର୍କରେ ଜନସାଧାରଙ୍କୁ ସଚେତନ କରିବା ଏହି ଶୋଭାଯାତ୍ରା ର ମୂଖ୍ୟ ଉଦେଶ୍ୟ ଥିବା ବେଳେ ଏଥିରେ ଛାତ୍ରଛାତ୍ରୀ ମାନେ ପୃଥିବୀର ସୁରକ୍ଷା ସମ୍ପର୍କରେ ସ୍ଲୋଗନ୍ ଦେଇ ଓ ହାତରେ ପ୍ଲାକ କାର୍ଡ ଧରି ଜନସାଧାଣଙ୍କ ମଧ୍ୟରେ ସଚତନତା ସୃଷ୍ଠି କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଶାସନିକ ଅଧିକାରିଣୀ ସସ୍ମିତା ମହାନ୍ତି, ଉପଅଧ୍ୟକ୍ଷ ତପନ କୁମାର କଳସୀଙ୍କ ଅଧ୍ୟକ୍ଷତାରେ ଆୟଜିତ ହୋଇଥିବା ବେଳେ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । ସେହଭଳି ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀମାନେ ଏକ ଶୋଭଯାତ୍ରା ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।