32.9 C
Balāngīr
Wednesday, April 30, 2025

ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲରେ ୧୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ା, ୧୪/୧୨/୨୪ : ରାୟଗଡ଼ା ସହର ଉପଖଣ୍ଡ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପରସରରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ପକ୍ଷରୁ ଚାରି ଦିନ ଧରି ୧୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଜିଲ୍ଲା କ୍ରୀଡା ଅଧିକାରୀ ନବାବ ଶେଖ ଅଲ୍ଲିନୂର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତଯୋଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସେହିପରି ସେଞ୍ଚୁରିଆନ ଶିକ୍ଷାନୁଷ୍ଠାନର ଫାର୍ମାସୀ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାତ୍ର, ନର୍ସିଂ ଅଧ୍ୟକ୍ଷ କେ.ଉର୍ମିଲା, ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରା, ଉପାଧ୍ୟକ୍ଷ ଧୀରାଜ ମହାନ୍ତି, ପ୍ରଶାସନିକ ଅଧିକାରୀ ସୁଷ୍ମିତା ମହାନ୍ତି, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହଭଳି ଉକ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବରେ ସିଆରପିଏଫ କମାଣ୍ଡେଣ୍ଟ ପ୍ରଭାକର ଉପାଧ୍ୟାୟ ଓ ସମ୍ମାନିତ ଅତିଥି ଭାବେ ଶେଷଖାଳ ଥାନା ଭାରପ୍ରାପ୍ତ ଅଧିକାରୀ ମୁନି ଆଚାର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ପ୍ରଦାନ କରିଥିଲେ। ସେହିପରି ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରା, ଉପାଧ୍ୟକ୍ଷ ଧୀରାଜ ମହାନ୍ତି, ପ୍ରଶାସନିକ ଅଧିକାରୀ ସୁଷ୍ମିତା ମହାନ୍ତି, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।96fb9def 5e6c 4785 b588 48a68808a3bc ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲରେ ୧୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ସେହଭଳି ଉକ୍ତ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବରେ ଶକ୍ତି ବାହିନୀ ମହିଳା ସଂଘଟନର ସଭାପତି ଶୁଭ୍ରା ପଣ୍ଡା, ସମ୍ମାନିତ ଅତିଥି ଭାବେ ଶକ୍ତି ବାହିନୀ ମହିଳା ସଂଘଟନର ସମ୍ପାଦକ ମୀନା କୁମାରୀ ରଥ ଓ ସମସ୍ତ ସଦସ୍ୟ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ପ୍ରଦାନ କରିଥିଲେ। ସେହିପରି ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ ନିର୍ଦ୍ଧେଶକ ଡ଼ଃ ରାଜେଶ କୁମାର ପାଢ଼ୀ, ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରା, ଉପାଧ୍ୟକ୍ଷ ଧୀରାଜ ମହାନ୍ତି, ପ୍ରଶାସନିକ ଅଧିକାରୀ ସୁଷ୍ମିତା ମହାନ୍ତି, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସେହଭଳି ଉକ୍ତ କାର୍ଯ୍ୟକ୍ରମର ଚତୁର୍ଥ ତଥା ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଲାଅନ୍ସ କ୍ଲବର ସଭାପତି ରଜନୀ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ପ୍ରଦାନ କରିଥିଲେ। ସେହିପରି ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରା, ଉପାଧ୍ୟକ୍ଷ ଧୀରାଜ ମହାନ୍ତି, ପ୍ରଶାସନିକ ଅଧିକାରୀ ସୁଷ୍ମିତା ମହାନ୍ତି, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହଭଳି କାର୍ଯ୍ୟକ୍ରମରେ ଯଗଦେଇଥିବା ସମସ୍ତ ଅତିଥିଙ୍କୁ ଉପଢକନ ସହ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ର ଶେଷ ପ୍ରଯ୍ୟାରେ କ୍ରୀଡ଼ା ପ୍ରତଯୋଗିତାରେ କୃତିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...