32.9 C
Balāngīr
Friday, June 13, 2025

ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

Must read

ଭୁବନେଶ୍ୱର, (୧୦/୦୫) : ଆପ୍ର. : ଆତଙ୍କବାଦ ର କୌଣସି ଧର୍ମ ନାହିଁ, ହିଂସା ର କୌଣସି ଶାସ୍ତ୍ର ନାହିଁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି ।WhatsApp Image 2025 05 11 at 11.13.17 1 ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ଚଳିତ ମଇ ୧୦ ତାରିଖ ଅପରାହ୍ନରେ ରାଜ ଭବନର ନ୍ୟୁ ଅଭିଷେକ ହଲ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକ ରେ ରାଜ୍ୟପାଳ ଏପରି କହିଛନ୍ତି । ପହଲଗାମ ରେ ସମ୍ପ୍ରତି ଘଟିଯାଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତତ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଘଟଣା କ୍ରମ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ର କର୍ମକର୍ତ୍ତା ଏବଂ ବିଭିନ୍ନ ଗୋଷ୍ଠୀ ର ପ୍ରତିନିଧି ମାନେ ଏହି ବୈଠକ ରେ ଅଂଶଗ୍ରହଣ କରିଥିଲେ ।

୨୬ ନିରୀହ ଲୋକଙ୍କ ଜୀବନ ନେଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଗଭୀର ଦୁଃଖ ପ୍ରକାଶ କରି ଡ. କମ୍ଭମପାଟି କହିଛନ୍ତି ଯେ, ଏହା କେବଳ ନିରୀହ ନାଗରିକଙ୍କ ଉପରେ ଆକ୍ରମଣ ନୁହେଁ ବରଂ ଭାରତର ଧାରଣା, ଆମର ଏକତା, ଗଣତନ୍ତ୍ର ଏବଂ ଶାନ୍ତି ଉପରେ ଆକ୍ରମଣ। ରାଜ୍ୟପାଳ ସୂଚନା ଦେଇ କହିଥିଲେ ଯେ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଛି, ଯେଉଁଥିରେ ସୀମାପାର ଆତଙ୍କବାଦୀ ଶିବିର ଗୁଡ଼ିକୁ ଟାର୍ଗେଟ କରି ସଠିକ୍ ଆକ୍ରମଣ କରାଯାଇଛି। ଆମର ସାହସୀ ସୈନିକମାନେ ଆମର ସାର୍ବଭୌମତ୍ୱକୁ ରକ୍ଷା କରିବା ଆଗଧାଡିରେ ଛିଡ଼ା ହୋଇଛନ୍ତି ।WhatsApp Image 2025 05 11 at 11.13.17 ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଆମକୁ ସେମାନଙ୍କ ପଛରେ ଦୃଢ଼ ଭାବରେ ଛିଡ଼ା ହେବାକୁ ପଡ଼ିବ ବୋଲି ରାଜ୍ୟପାଳ କହିବା ସହିତ ସମସ୍ତେ ପରଲୋକଗତ ଏବଂ ଆହତଙ୍କ ପାଇଁ ପାର୍ଥନା କରିବାକୁ କହିଥିଲେ ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ଏକତା ପ୍ରଦର୍ଶନ କରିବା ନିମନ୍ତେ ଜାତୀୟ ପତାକା ଉଡ଼ାଇବାକୁ କହିଥିଲେ। ବିଶ୍ୱାସ, ଭାଷା ଏବଂ ରୀତିରେ ବିବିଧତା ଥିଲେ ମଧ୍ୟ ଆମର ରାଷ୍ଟ୍ର ଏବଂ ଏହାର ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଆମେ ଏକତାବଦ୍ଧ ବୋଲି ବାର୍ତ୍ତା ଦେବାକୁ ଆହ୍ବାନ ଜଣାଇଥିଲେ । ସାଧାରଣ ନାଗରିକ ଏବଂ ସୈନିକ ସମେତ ପୀଢ଼ିତ ପରିବାରଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ। ଭାରତ କେବେ ଆତଙ୍କବାଦ ଆଗରେ ନତ ହେବନାହିଁ ।WhatsApp Image 2025 05 11 at 11.13.16 1 ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ଆମର ଶକ୍ତି, ଆମର ଏକତା ଏବଂ ଆମକୁ ସୁରକ୍ଷା ଦେଉଥିବା ଲୋକଙ୍କ ପ୍ରତି ଆମର ଅଟଳ ସମର୍ଥନ ରହିଛି ବୋଲି ସମଗ୍ର ବିଶ୍ୱକୁ ବାର୍ତ୍ତା ଦେବାକୁ ରାଜ୍ୟପାଳ ଆହ୍ବାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଯୋଗଦେଇ ଉଦବୋଦନ ଦେଇ କହିଥିଲେ ଯେ ଆତଙ୍କବାଦ ମାନବତା ବିରୁଦ୍ଧରେ ଏକ ଯୁଦ୍ଧ। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଦେଶକୁ ଆବଶ୍ୟକତା ପଡ଼ିଥାଏ, ସେତେବେଳେ ସମସ୍ତ ଗୋଷ୍ଠୀ କିପରି ଏକାଠି ହୁଅନ୍ତି ବୋଲି ଅବତାରଣା କରିବା ସହିତ ଅବଦୁଲ ହମିଦଙ୍କ ସାହସିକତା ଏବଂ ବଳିଦାନର ଉଦାହରଣ ଦେଇଥିଲେ। ଭାରତୀୟ ଭାବେ ଆମର ସର୍ବୋତ୍ତମ ପରିଚୟ ରହିଛି ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ବୋଲି କହିବା ସହିତ ସମସ୍ତେ ଏକଜୁଟ ହୋଇ ଦେଶ ପାଇଁ ନିଜର କର୍ତ୍ତବ୍ୟ ନିଭାଇବାକୁ ଆହ୍ବାନ ଜଣାଇଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ପ୍ରତିରକ୍ଷା ବିଭାଗରେ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସଂଜୀବ ବାରିକ, ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...