32.9 C
Balāngīr
Saturday, April 26, 2025

ସେଲେଡି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୨) :ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଝାରପଡା ମାତୃବିହାରର ୧୫ ତମ ବାର୍ଷିକ ଉତ୍ସବ ଶ୍ରୀମା ଙ୍କ ୧୪୭ ତମ ଜନ୍ମ ଦିନରେ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିନିକା ତହସିଲଦାର ସିତାରାମ ଭୋଇ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ସୁସ୍ଥ ପରିବେଶ ଓ ସୁସ୍ଥ ସମାଜ ଗଠନ ପାଇଁ ନୀତିବାନ ହେବାକୁ ପରାମର୍ଶ ଦେଇଥିଲେ । ଏଥିରେ ଓଡିଶା ର ଜଣାଶୁଣା କଣ୍ଠଶିଳ୍ପୀ ଡ଼. ଅର୍ଚ୍ଚନା ପାଢ଼ୀ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ମହାଦେବ ପଣ୍ଡା ମୁଖ୍ୟ ଵକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ବାର୍ଷିକ ଉତ୍ସବର ଆବଶ୍ୟକତା ଓ ଶ୍ରୀମା କିଏ ସେ ବିଷୟରେ ମତପୋଷଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟୀର ସମ୍ପାଦକ ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ଶାଶ୍ୱତ କୁମାର ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ୍ ବାର୍ଷିକ ବିବରଣୀ ପାଠ କରିଥିଲେ।

ଅନୁଷ୍ଠାନ ର ସଭାପତି ମଧୁମିତା ପରମଗୁରୁ ସମସ୍ତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷା ତରଙ୍ଗିନୀ ଶଙ୍ଖୁଆ ଧନ୍ୟବାଦ ଜ୍ଞାପନ କରିଥିଲେ। ହିମାଂଶୁ ପଣ୍ଡା, କିଣୁ ଜଗଦଲା, ସିମାଞ୍ଜଳି ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କିଣୁ ଜଗଦଲା ଙ୍କ ଦ୍ବାରା ଲିଖିତ ତଥା ଅରୁଣା ଓ ଅଙ୍କିତା ଅପା ଙ୍କ ଦ୍ବାରା ନିର୍ଦ୍ଦେଶିତ ନାଟକ କାହାକେ କହେମି ପହେଲା ଗୁରୁ ଅନୁଷ୍ଠିତ ହୋଇଥିଲା । ପରେ ଲିଟିଲ ଝlଙ୍କର ଙ୍କୁ ବେଷ୍ଟ ଷ୍ଟଡେଣ୍ଟ ଅଫଦ ଇୟର ପ୍ରଦାନ କରାଯାଇଥିଲା l ଅର୍ଚ୍ଚନା ଙ୍କ ଗୀତ ର ତାଳେ ତାଳେ ଝୁମି ଉଠିଥିଲେ ଛାତ୍ର ଛାତ୍ରୀ ।

ଆଜିଷା,ଅରୁଣା, ସୃତି, ଇତି ଅପା ପୁରସ୍କାର ବିତରଣରେ ସାହାଯ୍ୟ କରିଥିବା ବେଳେ,ସ୍ୱପ୍ନା, ଗେଲ, ସରିତା, ମହଲା, ସନ୍ତୋଷିନୀ, ମମତା, ଅନିତା ଅପା, ଚିତ୍ତ, କମଳ ଓ ବିଶ୍ୱ ଭାଇ ଙ୍କ ସହ ସେଲେଡି ଝାରପଡା ଗ୍ରାମର ଅନେକ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ବିଦ୍ୟାଳୟ ର କଳା ଶିକ୍ଷକ ବେଦବର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...