32.9 C
Balāngīr
Saturday, July 12, 2025

ସୋନପୁରର ବରିଷ୍ଠ ଆଇନଜୀବି ରୁଦ୍ର ନାରାୟଣ ମିଶ୍ରଙ୍କ ପରଲୋକ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୮) : ସୋନପୁର ସହର ଘୋଡାଘାଟପଡା ନିବାସୀ ବରିଷ୍ଠ ଆଇନଜୀବି ରୁଦ୍ର ନାରାୟଣ ମିଶ୍ର ଙ୍କ ୫୭ ବର୍ଷ ବୟସ ରେ ପରଲୋକ ହୋଇଯାଇଛି ।

ଗତ ଶନିବାର ସେ ଅସୁସ୍ଥ ଅନୁଭବ କରିବାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ ମେଡିକାଲକୁ ସୋମବାର ଦିନ ସ୍ଥାନାନ୍ତରିତ ହୋଇଥିଲେ l ସେଠାରେ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ଆଜି ଶୁକ୍ରବାର ଅପରାହ୍ନ ପ୍ରାୟ ୪.୩୦ ରେ ପରଲୋକ ହୋଇଯାଇଛି । ତାଙ୍କ କାର୍ଯ୍ୟକାଳ ସମୟ ରେ ସୋନପୁର ବିନିକା ଓ ତରଭା ଅଞ୍ଚଳରେ ଓକିଲାତିରେ ସେ ବେଶ ସୁନାମ ଅର୍ଜନ କରିଥଲେ । ସେ ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ତଥା ସଚ୍ଚୋଟ ବ୍ୟକ୍ତି ବିଶେଷ ବେଶ ଜଣାଶୁଣା ଥିଲେ ।

ଏହି ଖବର ପ୍ରସାରିତ ହେଲା ପରେ ସୋନପୁର ସହରରେ ଶୋକର ଛାୟା ଖେଳଯାଇଛି । ମୃତ୍ୟୁ ବେଳେ ତାଙ୍କର ଦୁଇ ପୁତ୍ର ଉପସ୍ଥିତ ଥିଲେ । ମର ଶରୀର ତାଙ୍କ ବାସଭବନ ରେ ପହଞ୍ଚିବା ପରେ ଆତ୍ମୀୟ ସ୍ୱଜନ, ଆଇନଜୀବି ତଥା ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ଗୋକର୍ଣ୍ଣେଶ୍ୱର୍ ଶ୍ମଶାନ ଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କର ବଡ ପୁଅ ଶୁଭମ ମୁଖାଗ୍ନୀ ଦେଇଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...