32.9 C
Balāngīr
Sunday, July 20, 2025

ସୋନପୁର କଲେଜ ଆଲୁମିନୀ ସଂଘର କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

Must read

ସୁବର୍ଣ୍ଣପୁର, (୨୨/୦୬) : ଆ.ପ୍ର : ସୋନପୁର ମହାବିଦ୍ୟାଳୟର ଆଲୁମିନୀ ସଂଘର କାର୍ଯ୍ୟକାରିଣୀ ବୈଠକ ସୋନପୁର କଲେଜ ପରିସରରେ ସଂଘର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 06 23 at 10.43.04 ସୋନପୁର କଲେଜ ଆଲୁମିନୀ ସଂଘର କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

ଏଥିରେ ଆଗାମୀ ଦିନରେ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟଲୋଚନା କରାଯାଇଥିଲା । ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିତୀ ନିର୍ଦ୍ଧାରଣ କରାଯିବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ଆଲୁମିନୀ କମିଟି ର ବିଭିନ୍ନ କମିଟିର ସଦସ୍ୟ ମାନେ ମତାମତ ଦେଇଥିଲେ । ଏବଂ ପରେ ପରେ ପାଣ୍ଠି ସଂଗ୍ରହ ଉପରେ ବିଶେଷ ଭାବରେ ବିସ୍ତୃତ ଆଲୋଚନା ହୋଇଥିଲା । ମଞ୍ଚରେ ସଂଘର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ସମ୍ପାଦକ ଭାରତ ଭୂଷଣ ଦାଶ ଙ୍କ ସହ ଉପଦେଷ୍ଟା ସିତାଂଶୁ ଶେଖର ମିଶ୍ର ମଞ୍ଚାସିନ ଥିଲେ ।

ସଂଯୋଜକ ସୁଦାମ ଚରଣ ମିଶ୍ର ସଭାକୁ ପରିଚାଳନା କରିଥିବା ବେଳେ କୋଷାଧକ୍ଷ ବିଶ୍ୱରଂଜନ ପୁଝାରୀ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ ଏବଂ ଶାଶ୍ଵତ ମିଶ୍ର ଧନ୍ୟବାଦ୍ ଦେଇଥିଲେ । ଏଥିରେ ସମସ୍ତ ବ୍ଲକର କାର୍ଯ୍ୟକାରୀ ସଭାପତି ସମେତ କାର୍ଯ୍ୟକାରିଣୀ ସଦସ୍ୟ, ଉପଦେଷ୍ଟା କମିଟି, ସାମାଜିକ ଗଣମାଧ୍ୟମ, ଗଣମାଧ୍ୟମ, ସମ୍ମାନନୀୟ ସଭ୍ୟ, ଅର୍ଥନୈତିକ ବ୍ୟାପାର, ସ୍ୱତନ୍ତ୍ର କାର୍ଯ୍ୟଶକ୍ତି, ମହିଳା, ଆଇନ ପରାମର୍ଶ ଆଦି ସମସ୍ତ କମିଟି ଓ ଉପ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...