32.9 C
Balāngīr
Tuesday, May 20, 2025

ସୋନପୁର ଘୋଡାଘାଟ ପଡ଼ା ଠାରେ ରାମ ଲୀଳା ଉତ୍ସବ ଉଦଯାପିତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ସୁବର୍ଣ୍ଣପୁର, (୨୧/୦୪) ଆ.ପ୍ର : ରାଜା ରାଜୁଡ଼ା ସମୟ ରୁ ଦୀର୍ଘ ଶହ ଶହ ବର୍ଷ ର କିମ୍ବଦନ୍ତୀ ରହି ଆସିଥିବା ସୋନପୁର ଘୋଡ଼ା ଘାଟ ପଡ଼ା ର ” ବଉଳ ମୂଳ” ଓ ” ଚକା ପଥର ” ରାମ ଲୀଳା ମଣ୍ଡପ ଠାରେ ଗତ ୬ ତାରିଖ ରାମ ନବମୀ ଠାରୁ ଆୟୋଜିତ ହୋଇ ଥିବା ରାମ ଲୀଳା ଯାତ୍ରା ରାବଣ ଇନ୍ଦ୍ରଜିତ କୁମ୍ଭକର୍ଣ୍ଣ ବଦ୍ଧ ସହ ଉଦଯାପିତ ହୋଇଯାଇଛି lWhatsApp Image 2025 04 21 at 22.24.29 ସୋନପୁର ଘୋଡାଘାଟ ପଡ଼ା ଠାରେ ରାମ ଲୀଳା ଉତ୍ସବ ଉଦଯାପିତ

ପ୍ରତ୍ୟହ ରାତିରେ ରାମ ଲୀଳା ମଣ୍ଡପ କୁଞ୍ଜ ଘର କୁ ପ୍ରଭୁ ମଦନ ମୋହନ, ଶ୍ରୀ ରାମ, ଲକ୍ଷ୍ମଣ,ସୀତା, ହନୁମାନ ବିରାଜ ମାନ ହେଉଥିଲେ l ଏଠାରେ ପରିବେଷଣ କରାଯାଉ ଥିବା ପ୍ରତ୍ୟହ ନାଟକ ପରିବେଷଣ ରେ ସ୍ଥାନୀୟ କଳାକାର ମାନେ ନିଖୁଣ ଅଭିନୟ କରି ଥିଲେ l ଶ୍ରୀରାମ ଭୂମିକାରେ ତରଣି ମେହେର, ଲକ୍ଷ୍ମଣ ବିକି ସାହୁ , ସୀତା ଭୂମିକାରେ ରାଜା ମହାଣା, ହନୁମାନ ରେ ଶଙ୍କର ସାହୁ, ରାବଣ ଭୂମିକାରେ ଭାଗିରଥି ମିଶ୍ର, ଇନ୍ଦ୍ରଜିତ କବି ସୁଦାମ ନାଏକ ନାଟକ ରେ ଅଭିନୟ କରି ଥିଲେ lWhatsApp Image 2025 04 21 at 22.24.30 ସୋନପୁର ଘୋଡାଘାଟ ପଡ଼ା ଠାରେ ରାମ ଲୀଳା ଉତ୍ସବ ଉଦଯାପିତ

ଶହ ଶହ ପୁରୁଷ ମହିଳା ଦର୍ଶକ ନାଟକ କୁ ଉପଭୋଗ କରୁଥିଲେ l ରାମଲୀଳା କମିଟି ର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନ ରେ ଅନୁଷ୍ଟିତ ଏହି ଯାତ୍ରା ରେ ସଭାପତି ଭିକାରୀ ଗୁରୁ, ସଂପାଦକ ସତ୍ୟ ଜିତ ସାହୁ, ସହ ସଂପାଦକ ରାକା ପଟ୍ଟ ନାଏକ, କୋଷାଧ୍ୟକ୍ଷ ଗିରିଜା ସାହୁ , ବରିଷ୍ଠ ସଦସ୍ୟ କଷ୍ଠ ବେରିହା, ଛବିଳ ନାଏକ, ଚମାର ମେହେର, କାର୍ତ୍ତିକ ପଧାନ, ତାରା ଭୂଷଣ ସାହୂ, ଗଙ୍ଗା ସେଠି, ରାମ ମେହେର, ପ୍ରଭାତ ପଧାନ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ଗାୟକ ଭାବେ ହୃଷି କେଶ ପଧାନ ଦାୟିତ୍ବ ତୁଲାଇ ଥିଲେ l ରାଜା ରାଜୁଡ଼ା ସମୟ ରୁ ଦୀର୍ଘ ଶହ ଶହ ବର୍ଷ ଧରି ଏଇ ରାମ ଲୀଳା ଉତ୍ସବ ଏଠାରେ ଖୁବ୍ ନିଷ୍ଠା ର ସହିତ ପାଳନ କରି ଆସୁଥିବା ବେଳେ ଖୋଦ୍ ସୋନପୁର ରାଜା ବିରମିତ୍ର ସିଂହ ଦେଓ ଏହି ଉତ୍ସବ ରେ ଯୋଗ ଦେଇ ନାଟକ ଉପଭୋଗ କରୁଥିଲେ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି l

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...