32.9 C
Balāngīr
Thursday, June 12, 2025

ସୋନପୁର ପ୍ରିମିଅର ଲିଗ ୩ ର ପଞ୍ଚମ ଦିବସ ମ୍ୟାଚ ରେ ବିଜୟ ଫାଇଟର ୭ ୱିକେଟ ରେ ବିଜୟୀ

Must read

ସୁବର୍ଣ୍ଣପୁର, (୦୫/୦୬) : ଆ.ପ୍ର : ସୋନପୁର ପ୍ରୀମିୟର୍ ଲିଗ୍ ୩ ୟ ସଂସ୍କରଣ ର ପଞ୍ଚମ ଦିବସର ମ୍ୟାଚ ରେ ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ବିଜୟ ଫାଇଟର ଓ ଟିମ ଡୋମିନେସନ୍ ତରଭା ମଧ୍ୟରେ ଅନୁଷ୍ଟିତ ହୋଇଛି l

ଅତିଥି ଭାବରେ ଏସ ଡି ସି ଏ ସଭାପତି ରାମ ଶଙ୍କର ସାହୁ ଓ କନ୍ଟ୍ରାକଟର ଦେବାଶିଷ ପୁରୋହିତ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ଟସ୍ ଜିଣି ବିଜୟ ଫାଇଟର ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇ ଥିଲା l ୧୫ ଓଭର ବିଶିଷ୍ଟ ମ୍ୟାଚ୍ ରେ ଟିମ୍ ଡୋମିନେସନ୍ ଦଳ ପ୍ରଥମେ ବ୍ୟାଟିଂ କରି ୭୯ ରନ କରି ସମସ୍ତ ୱିକେଟ ହରାଇଥିଲା l ଦଳ ପକ୍ଷରୁ ନବାବ ଖାଁ ୧୭ ରନ୍, ମହମ୍ମଦ ବିଲାଲ ୧୫ ରନ ଓ ଶଙ୍କର ସେଠି ୧୩ ରନ୍ କରିଥିବା ବେଳେ ବିପକ୍ଷ ଦଳ ର ଶଙ୍କର ଘଡିଆ ୩ ୱିକେଟ୍ ଓ ସୁରେଶ ବେହେରା ୨ ଟି ୱିକେଟ ଶୁଭମ୍, ସିକନ୍ ଓ ଅମିରିସ ୧ ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି l ପ୍ରତି ଉତ୍ତର ରେ ବିଜୟ ଫାଇ ଟର ଦଳ ୧୨.୪ ଓଭର ରେ ୩ ୱିକେଟ ବିନିମୟରେ ୮୨ ରନ କରି ଆଜିର ମ୍ୟାଚ୍ ବିଜୟୀ ହୋଇଛି l

ସିକନ ସେଠି ୪୮ ରନ, ଶଙ୍କର ଘଡିଆ ୧୫ ରନ ଓ ଅର୍ମନ ମଲ୍ଲିକ ୧୩ ରନ କରିଥିଲେ l ଟିମ୍ ଡୋମି ନେଶନ ର ରାକେଶ ସାହୂ ୨ ଟି ଓ ନବାବ ଖାଁ ୧ ଟି ୱିକେଟ୍ ହାସଲ କରି ଥିଲେ l ବିଜୟ ଫାଇଟର ଦଳ ର ଶିକନ୍ ସେଠିଙ୍କୁ ମ୍ୟାନ ଏଫ୍ ଦି ମ୍ୟାଚ୍ ଖେଳାଳି ଭାବେ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିବା ବେଳେ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ବି.ଏସ.ରାଓ ପ୍ରଦାନ କରିଥିଲେ l ସୁବାସ ଭୋଇନା ଓ ସୁରେଶ ବିଶି ମ୍ୟାଚ୍ ପରିଚାଳନା କରିଥିଲେ l ଦିନେଶ ଘିବିଲା ଓ ବିଶ୍ଵନାଥ ନାୟକ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିଲେ l ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ପ୍ରଦୀପ ସେଠୀ, ଏସଡି ପି ଏଲ୍ ଅଧ୍ୟକ୍ଷ ବି ସତ୍ୟ ନାରାୟଣ ରାଓ, ସଂପାଦକ ନବ ପ୍ରକାଶ ମିଶ୍ର, ଏସ ଡି ସି ଏ କୋଚ୍ ରାଜେନ୍ଦ୍ର ମିଶ୍ର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...