32.9 C
Balāngīr
Tuesday, July 15, 2025

ସୋନପୁର ମହାନଦୀ ପୋଲ ଉପରୁ ବାଇକ ଉଦ୍ଧାର, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ର ସର୍ଚ୍ଚ ଅପରେସନ ଜାରି

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୯) : ସୋନପୁର ସଦର ପୁଲିସ ର ଟିମ୍ ଗତ କାଲି ରାତିରେ ପେଟ୍ରୋଲିଂ କରୁଥିବା ବେଳେ ମହାନଦୀ ପୋଲ ଉପରୁ ଏକ ଅଜଣା ବାଇକ୍ ଉଦ୍ଧାର କରିଛି ।WhatsApp Image 2024 09 03 at 09.36.35 ସୋନପୁର ମହାନଦୀ ପୋଲ ଉପରୁ ବାଇକ ଉଦ୍ଧାର, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ର ସର୍ଚ୍ଚ ଅପରେସନ ଜାରି

ପୋଲ ଉପରେ ଏକ ଟିଭିଏସ ଆପାଚି ବାଇକ ରଖାଯାଇଥିବା ବେଳେ ପାଖରେ କେହି ନ ଥିବା ଦେଖିଥିଲେ ପୁଲିସ ଟିମ । ବାଇକ ନମ୍ୱରଟି ହେଲା ବଲାଙ୍ଗୀର ରେଜିଷ୍ଟ୍ରେସନ ଥିବା ଓଡି ୦୩ ଏଚ – ୨୮୨୪ ଓ ନମ୍ବର ପ୍ଲେଟ ତଳକୁ ଓ ଟିଭି ଲଗୋ ରହିଥିବା ଦେଖିବାକୁ ମିଳିଛି । ଏ ନେଇ ପୋଲ ଉପରେ ବାଇକ୍ ରଖି କେହି ନଦୀକୁ ଡେଇଁଥିବା ସନ୍ଦେହ କରାଯାଇଛି । ପୁଲିସ ପୋଲ ଉପରେ ଥିବା ବାଇକଟିକୁ ଉଦ୍ଧାର କରି ଥାନାରେ ରଖିଛି । ଯୁବକ ଜଣକ କିଏ ଓ ପୋଲ ଉପରୁ ଡେଇଁଛନ୍ତି ନା କେଉଁ ଆଡ଼େ ଚାଲିଯାଇଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ି ନ ଥିବାବେଳେ ସୋନପୁର ପୁଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଆଜି ଅପରାହ୍ନ ରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବା ବେଳେ ବଲାଙ୍ଗୀର ଓ ବୌଦ ରୁ ଓଡ୍ରାଫ ଟିମ୍ ଆସି ଖୋାଖୋଜି କରୁଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...

ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୁବର୍ଣ୍ଣପୁର , (୧୪/୦୭) ଆ.ପ୍ର : ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ...