ସୁବର୍ଣ୍ଣପୁର, (୦୩/୦୭) ଆ.ପ୍ର : ସୋନପୁର ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଚତୁର୍ଦ୍ଧାମୂର୍ତ୍ତି ପଦ୍ମମୁଖ (ବୁଦ୍ଧ) ଅବତାରରେ ଦର୍ଶନ ଦେଉଛନ୍ତି ।
ଏହି ଅନନ୍ୟ ଦୁର୍ଲ୍ଲଭବେଶର ଦର୍ଶନ କରିବା ପାଇଁ କାହିଁ କେଉଁ ଦୂର ଦୂରାନ୍ତରୁ ଭକ୍ତମାନଙ୍କ ସୁଅ ଛୁଟି ଆସୁଥିବାର ଦେଖିବାକୁ ମିଳିଛି । କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କୁ ବିଭିନ୍ନ ବେଶ ଦର୍ଶନ ମହାପୁଣ୍ୟ ଓ ଅନେକ ଫଳ ପ୍ରାପ୍ତି ଅଟେ । ମାନ୍ୟତା ରହିଛି ଦଶବର୍ଷ ପ୍ରଭୁଙ୍କୁ ରତ୍ନ ସିଂହାସନରେ ଦର୍ଶନ ଫଳଠାରୁ ଆଡପ ମଣ୍ଡପରେ ଗୋଟାଏ ଦିନ ଦର୍ଶନରେ ଅଧିକ ପୁଣ୍ୟ ଓ ଆତ୍ମସନ୍ତୋଷ ମିଳି ପାରିଥାଏ । ଭକ୍ତ କହୁଛନ୍ତି ଜାତିଜାତିକା ବେଶ ଧାରଣ କରି ପ୍ରଭୁ ଶ୍ରଦ୍ଧାଳୁ ମାନଙ୍କ ମନ ମୋହୁଛ । ସତ୍ୟ, ଦ୍ଵାପର, ତ୍ରେତୟା ଯୁଗର ରଚନା କରିଥିବା ଦିବ୍ୟଲୀଳାକୁ ଆଡ଼ପ ମଣ୍ଡପରେ ଧାରଣ କରୁଛ ।
ଶ୍ରଦ୍ଧାଳୁ ମାନଙ୍କୁ ପୂର୍ବର ଲୀଳା ସଂରଞ୍ଚନା କରି ମହିମଣ୍ଡଳକୁ ରକ୍ଷା କଥା ମନେପକାଇ ଦେଉଛ। ଭକ୍ତଗଣ ଏହି ଦିବ୍ୟଲୀଳାକୁ ନୟନ ଯୁଗଳରେ ଦେଖି ଲଭନ୍ତି ସରଗ ସୁଖ। ଶୃଙ୍ଖଳିତ ଦର୍ଶନ ପାଇଁ ରଥଯାତ୍ରା କମିଟି ଓ ପୋଲିସ୍ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି । ଏହି ଅବସରରେ ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ସନ୍ଧ୍ୟା ସମୟ ରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟହ ଭଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି ।
ଏହି କାର୍ଯ୍ୟକ୍ରମକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭଜନ ସଂଗୀତର ମଜା ନେଇଥିବା ବେଳେ ଆଜି ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, କାଉନସିଲର କଇରୁ ସ୍ୱାଇଁ, ପୀୟୁଷ ପଣ୍ଡା, ଗଙ୍ଗା ତରିଆ, ବନିତା ପଶାୟତ ପ୍ରମୁଖଯୋଗ ଦେଇ ଏହାକୁ ଶୁଭ ଉଦ୍ଘାଟନ କରିଥିଲେ । ସେହିପରି ବୃନ୍ଦାବନ ମନ୍ଦିରରେ ପ୍ରଭୁ ଜଗନ୍ନାଥ ପଦ୍ମ ମୁଖ ଅବତାରରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ଠାକୁର ପ୍ରଭୁ ଦଧିବାମନ ମଝିପଡାଠାରେ ମଧ୍ୟ ପଦ୍ମ ମୁଖ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଓ ଥନାପତି ପଡାରେ ମଧ୍ୟ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଦର୍ଶନ କରୁଛନ୍ତି ।