32.9 C
Balāngīr
Wednesday, April 30, 2025

ସୌର ଉଦ୍ୟୋଗୀ ମେଳା ଆୟୋଜିତ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୨/୦୩) : ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର । ସୌର ଶକ୍ତିକୁ ବିନିଯୋଗ କରି ଜୀବନ ଜୀବିକାକୁ ସହଜ ସରଳ ବୋଧଗମ୍ୟ କରିବାକୁ ସ୍ବେଛାସେବୀ ଅନୁଷ୍ଠାନ ଓଡିଶା ପ୍ରଫେସନାଲ ଡେଭେଲପମେଣ୍ଟ ସର୍ଭିସେସ କନସଲ୍ଟାନ୍ସୀ ରାୟଗଡା ଏବଂ ସେଲକୋ ଫାଉଣ୍ଡେସନ ବାଙ୍ଗାଲୋରଙ୍କ ମିଳିତ ଉଦ୍ୟମରେ ଏକ ସୌର ଉଦ୍ୟୋଗୀ ମେଳା ସ୍ଥାନୀୟ ଜପାଖାଲ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 12 at 20.46.48 2 ସୌର ଉଦ୍ୟୋଗୀ ମେଳା ଆୟୋଜିତ

ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ସମସ୍ତ ବ୍ଲକରୁ କ୍ଷୁଦ୍ର ତଥା ଲଘୁ ଉଦ୍ୟୋଗୀ ଓ ବୁଦ୍ଧିଜୀବି ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡାର ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡା ସୁଜିତ ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ମିଶ୍ର, ସେଲକୋ ଫାଉଣ୍ଡେସନର ମୁଖ୍ୟ ସତ୍ୟ ପ୍ରିୟ ସାହୁ ଏବଂ ଭେଙ୍କଟ ରାଓ ସମ୍ପାଦକ ଓ ପି ଡି ଏସ ସି ରାୟଗଡା ମିଳିତ ଭାବରେ ଉଦଘାଟନ କରିଥିଲେ ।

ଅକ୍ଷୟ ଖେମେଣ୍ଡୁ, ଜିଲ୍ଲା ପରିଷଦ ରାୟଗଡାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, କୃଷ୍ଣଚନ୍ଦ୍ର ବେହେରା ସେଲକୋ ଫାଉଣ୍ଡେସନ, ଶଙ୍କର ଚାଲାଣ ଓଡିଶା ଜୀବିକା ମିଶନ ରାୟଗଡା, ବିଜୟ ସାହୁ ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡା, ମନୋଜ ପାତ୍ର ଉପନିର୍ଦେଶକ ଓ ର ମା ସ ରାୟଗଡା, ବିନୟ ବସନ୍ତ ରାୟ ଅଧ୍ୟକ୍ଷ ଶିଳ୍ପ ତାଲିମ କେନ୍ଦ୍ର ରାୟଗଡା ଏବଂ ପରେଶ ପ୍ରସାଦ ମହାପାତ୍ର ସାମାଜିକ ତଥା ଜୀବନ ଜୀବିକା ନିର୍ଦେଶକ ଓ ଟି ଇ ଏଲ ପି ପ୍ଲସ ବିଭିନ୍ନ ଆଲୋଚନା ଚକ୍ର ରେ ଯୋଗ ଦେଇ ସୌର ଶକ୍ତିର ଉପଯୋଗୀତା ସମ୍ପର୍କ ରେ ବୁଝାଇଥିଲେ ।WhatsApp Image 2025 03 12 at 20.46.48 ସୌର ଉଦ୍ୟୋଗୀ ମେଳା ଆୟୋଜିତ

ବୈଶ୍ୱିକ ତାପମାତ୍ରାର ପ୍ରଭାବକୁ ପ୍ରତିହତ କରି ସୁସ୍ଥ ସୁନ୍ଦର ତଥା ପ୍ରଗତିଶୀଳ ସମାଜ ଗଠନରେ ସୌର ଶକ୍ତିର ବିନିଯୋଗ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ସୌର ଶକ୍ତିକୁ ଉପଯୋଗ କରାଯାଇ ବିଭିନ୍ନ ଉଦ୍ୟୋଗର ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଓ ପି ଡି ଏସ ସି ର କର୍ମୀ ମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ରୁକ୍ମିଣୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...