32.9 C
Balāngīr
Tuesday, July 15, 2025

ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ ବେଳେ ଦେଓଗାଁ ପୁଲିସର ଚଢ଼ାଉ

Must read

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗାଁ, (୧୭/୦୨) : ଶନିବାର ସକାଳେ ତୁଷୁରା ପଟରୁ ତୁଷୁରା ଛକ ଦେଇ ରେଳଷ୍ଟେସନ ଦିଗକୁ ଯାଉଥିବା ଏକ ଟିଭିଏସ୍‌ ସ୍କୁଟିରେ ଗଞ୍ଜେଇ ଯାଉଥିବା ନେଇ ଦେଓଗାଁ ଆଇଆଇସି ଖବର ପାଇବା ପରେ ସେଠାକୁ ପହଞ୍ଚି ସିମେଣ୍ଟ ରଙ୍ଗର ଏକ ଟିଭିଏସ୍ ସ୍କୁଟି (ସିଜି୦୪ପିଏନ୍‌ ୩୯୭୧) ଗାଡ଼ି ତୁଷୁରା ପାର୍ଶ୍ୱରୁ ଆସୁଥିବା ଦେଖି ସନ୍ଦେହ କରି ଅଟକ ରଖିଥିଲେ ।

ଏହି ସ୍କୁଟି ଚାଳକ ତୁଷୁରା ଛକ ଦେଇ ଦେଓଗାଁ ରେଳଷ୍ଟେସନ ଆଡ଼କୁ ଗଞ୍ଜେଇ ଚୋର ଚାଲାଣ କରୁଥିବା ସୂଚନା ପାଇବା ପରେ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ଦେଓଗାଁ ଅତିରିକ୍ତ ତହସିଲଦାର ସୋମକେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନାଇକେନସିରା ଗାଁ ରାସ୍ତାରେ ଘେରାଉ କରି ସଂପୃକ୍ତ ବ୍ୟକ୍ତି ନୂଆପଡ଼ା ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ ଭଜପୁର ଗାଁ’ର ଭୋଦେବ ଭୋଇ (୨୫)କୁ ଗିରଫ କରିଥିଲେ ।

ସେହି ବ୍ୟକ୍ତି ନିକଟରୁ ୨୧କିଲୋ ୯୧୦ଗ୍ରାମ ଗଞ୍ଜେଇ ସହ ଟିଭିଏସ ସ୍କୁଟି ଏବଂ ଗୋଟିଏ ପୋକୋ ମୋବାଇଲ ଫୋନ ଜବତ କରିଥିବା ନେଇ ଦେଓଗାଁ ପୋଲିସ ପକ୍ଷରୁ ଦିଆଯାଇଥିବା ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି । ଏନେଇ ଦେଓଗାଁ ଥାନାରେ କେସ ନଂ ୫୩ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଏହି ଗିରଫ ମାମଲାରେ ଆଇଆଇସି ବୁଲୁ ମୁଣ୍ଡା, ଏଏସ୍‌ଆଇ ମନୋଜ ମିଶ୍ରଙ୍କ ସହ ସହକାରୀ ବାସୁଦେବ ବେହେରା, ଯୁଗଳ ବଗର୍ତ୍ତି, ନିତ୍ୟାନନ୍ଦ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହିଥିଲେ ।

 

- Advertisement -spot_img

More articles

- Advertisement -spot_img

Latest article

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...

ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୁବର୍ଣ୍ଣପୁର , (୧୪/୦୭) ଆ.ପ୍ର : ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ...

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ...

ବୀରମହାରାଜପୁର ଠାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର...