ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୮/୦୮) : ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍ । କଳାହାଣ୍ଡି ଜିଲ୍ଲା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ମୃତ ସ୍କୁଟି ଆରୋହୀଙ୍କର ପରିଚୟ ମିଳିନାହିଁ ।
ଆଜି ସକାଳେ ବ୍ୟକ୍ତି ଜଣଙ୍କ କୌଣସି କାମରେ ବଜାରକୁ ଆସିଥିଲେ । ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା । ସ୍କୁଟି ଆରୋହୀ ଜଣଙ୍କ ଛିଟିକି ତଳେ ପଡ଼ି ଯାଇଥିଲେ । ତାଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।