32.9 C
Balāngīr
Tuesday, July 15, 2025

ସ୍କୁଟିକୁ ପିଟି ଟ୍ରକ୍ ଫେରାର୍; ସ୍କୁଟି ଚାଳକଙ୍କ ମୃତ୍ୟୁ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୨୪/୦୧) : ନୂଆପଡା ଜିଲ୍ଲା ସିନାପାଲି ଥାନା ନିଲଜୀ ଡଙ୍ଗରିଗୁଡା ଛକ ଫୋରୱେ ରାସ୍ତାଠାରେ ଏକ ସ୍କୁଟିକୁ ପିଟି ଟ୍ରକ୍ ଫେରାର୍ ହୋଇଥିବା ବେଳେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୃତ ବ୍ୟକ୍ତି ଜଣକ ବୋଡେନ ଥାନା ବୁଢିପଦର ଗ୍ରାମର ବଳରାମ ସା (୨୭) ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ସିନାପାଲି ପଟରୁ ସ୍କୁଟିରେ ବଳରାମ ନିଜ ଗାଁକୁ ଫେରୁଥିବା ବେଳେ ସେହିପଟୁ ଏକ ଅଜଣା ଟ୍ରକ୍ ଆସି ସ୍କୁଟିକୁ ପଛପଟୁ ପିଟି ଦେଇ ଫେରାର୍ ମାରିଥିଲା । ସ୍ଥାନୀୟ ଲୋକେ ଟ୍ରକ୍‌କୁ ପିଛା କରିଥିବା ବେଳେ ଟ୍ରକ୍ ଦ୍ରୁତଗତିରେ ଫେରାର୍ ମାରିଥିଲା । ସୂଚନା ଅନୁସାର ବଳରାମ ଗୁରୁବାର କୌଣସି କାମରେ ସିନାପାଲି ଆସିଥିଲେ ଓ ସିନାପାଲିରୁ ନିଜ ଘରକୁ ଫେରୁଥିବା ବେଳେ ଏହି ଘଟଣାଟି ଘଟିଥିଲା । ତେବେ ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଚିକିତ୍ସା ପାଇଁ ବଳରାମଙ୍କୁ ଆମ୍ୱୁଲାନ୍ସ ଯୋଗେ ସିନାପାଲି ସରକାରୀ ହସ୍‌ପିଟାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ଘଟଣା ସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ସ୍କୁଟିକୁ ଜବତ କରିଛି । ଘଟଣାସ୍ଥଳରେ ପରିବାର ଓ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ପରିବାର ପକ୍ଷରୁ କ୍ଷତିପୂରଣ ପାଇଁ ସରକାରଙ୍କୁ ନିବେଦନ କରାଯାଇଛି ବୋଲି ସୂଚନା ମିଳିଛି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...