ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୦/୦୨) : ସ୍କୁଲ ପାଚେରୀ ଭୁଶୁଡ଼ି ଛାତ୍ର ମୃତ । କଟକ ଅଡଶପୁର ଅଞ୍ଚଳର ନୋଦା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପାଚେରୀ ପଡ଼ି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖେଳ ଛୁଟି ସମୟରେ ପାଚେରୀ ଭୁଶୁଡି ପଡିବା ଯୋଗୁଁ ଏଥିରେ ଚାପି ହୋଇ ପଞ୍ଚମ ଶ୍ରେଣୀ ଛାତ୍ର ସାଇ ସ୍ୱରୂପ ଭୋଇଙ୍କ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ଏସସିବିକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଛାତ୍ର ମୃତ୍ୟୁକୁ ନେଇ ଦେଖା ଦେଇଛି ଉତ୍ତେଜନା। ପରିବାର ଓ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଗୋବିନ୍ଦପୁର ଥାନା ପୋଲିସ ଓ ସଦର ଉପଖଣ୍ଡ ଏସଡିପିଓ ଉପସ୍ଥିତ ଅଛନ୍ତି।