ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୦୮/୦୨) : ରଣପୁର ଥାନା ରାଜସୁନାଖଳାରେ ବୋମାମାଡ଼ ହୋଇଛି । ଏହି ବୋମାମାଡ଼ରେ ଜଣେ ବ୍ୟବସାରୟୀ ଗୁରୁତର ଥିବା ବେଳେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିଲା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ କାମ କରୁଥିବା ଦୋକାନ ମାଲିକଙ୍କ ଉପରକୁ ଗୋଡିବୋମା ଫୋପାଡିଲା ସ୍ବାମୀ । ଏହି ଘଟଣାରେ ଦୋକାନ ମାଲିକ ସନ୍ତୋଷ ଗୁରୁତର ଆହତ ହୋଇଥିଲେ । ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।