ଖୋର୍ଦ୍ଧା, (୦୬/୦୪) : ଆପ୍ର. : ସ୍ତ୍ରୀ ନିର୍ଯାତନା ସହି ନ ପାରି ସ୍ୱାମୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି ।
ଆଜି ଶିଳ୍ପାଞ୍ଚଳ ଥାନା ପୁଳିସ ଧଉଳି ମୁହଁ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ଯୁବକ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗାଁର ବୋଲି ଜଣାପଡ଼ିଛି । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରିଥିଲେ ଯୁବକ। ସେହି ଭିଡିଓରେ ତାଙ୍କୁ ସ୍ତ୍ରୀ ନିର୍ଯାତନା ଦେଉଥିବା କଥା କହିଥିଲେ । ଏହାପରେ ଧଉଳି ମୁହଁ ଷ୍ଟେସନ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଭିଡିଓରେ ସ୍ତ୍ରୀର ନିର୍ଯାତନା କଥା କହି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏ ସଂକ୍ରନ୍ତାରେ ପୁଲିସ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି ।