32.9 C
Balāngīr
Wednesday, April 30, 2025

ସ୍ପର୍ଶ କୁଷ୍ଠରୋଗ ସଚେତନତା ଅଭିଯାନ ର ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ର ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୧) : ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷରେ ସ୍ପର୍ଶ କୁଷ୍ଠରୋଗ ସଚେତନତା ଅଭିଯାନ ୨୦୨୫ର ଜିଲ୍ଲା ସମନ୍ୱୟ କମିଟି ସୁବର୍ଣ୍ଣପୁର ବୈଠକ ଜିଲ୍ଲାପାଳ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି lWhatsApp Image 2025 01 24 at 21.01.55 ସ୍ପର୍ଶ କୁଷ୍ଠରୋଗ ସଚେତନତା ଅଭିଯାନ ର ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ର ବୈଠକ ଅନୁଷ୍ଠିତ

ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ଗୁରୁ, ଏଡିପିଏଚଓ ( ପରିବାର କଲ୍ୟାଣ ) ଡା. ଦୈତ୍ୟନାରାୟଣ ପାଢ଼ୀ, ଡି ଏମ ଓ ( ଏ ଏସ ) କମ ସୁପରିଟେଣ୍ଡେଣ୍ଟ ଡା. ଦୁର୍ଗାଦତ୍ତ ଦାଶ, ଏଡି ପି ଏଚ ଓ ( ଲେପ୍ରୋସି ) ଡା. ଗୋପାଳ ଚନ୍ଦ୍ର ମଲ୍ଲିକ,ଡିପିଏମ ବିଶ୍ୱମ୍ବର ବେହେରା, ଡିଏଲ ସି ଗୌରୀଶଙ୍କର ପଣ୍ଡା, ଡିପିଏମୟୁ ର କର୍ମଚାରୀ ଓ ସମସ୍ତ ବ୍ଲକ ରୁ ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ଯୋଗଦେଇଥିଲେ l କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କ ରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ l

ଗତ ଏପ୍ରିଲ ୨୦୨୪ ରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ରେ ସର୍ବ ମୋଟ ୧୯୨ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସମସ୍ତେ ମାଗଣା ଚିକିତ୍ସା ପାଇଛନ୍ତି l କୁଷ୍ଠ ରୋଗର ସଚେତନତା ବୃଦ୍ଧି ନିମନ୍ତେ ଆସନ୍ତା ୩୦ ତାରିଖ ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସାରା ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ ଚାଲିବ l ଏଥିପାଇଁ ଜିଲ୍ଲାପାଳ ଅନ୍ୟାନ୍ୟ ବିଭାଗ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ପ୍ରତ୍ୟେକ ଗାଁ ରେ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ ହେବ l

ଆଶା, ଅଙ୍ଗନବାଡି କର୍ମୀ, ଏ ଏନ ଏମ, ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସାମିଲ ହେବେ l ପ୍ରତ୍ୟେକ ସ୍କୁଲ ରୁ ଜଣେ କିମ୍ବା ଦୁଇଜଣ ଛାତ୍ରୀ ” ସପନା ” ସ୍ବେଛାସେବୀ ଭାବେ କାର୍ଯ୍ୟ କରି କୁଷ୍ଠ ରୋଗ ର ସଚେତନତା ସୃଷ୍ଟି କରିବାରେ ସହାୟକ ହେବେ l ଜିଲ୍ଲାପାଳ ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଶୀଘ୍ର ” ସପନା ” ଛାତ୍ରୀ ର ତାଲିକା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଦେବା ପାଇଁ ଅନୁରୋଧ କରିଛନ୍ତି l ସମସ୍ତ ଗ୍ରାମପଞ୍ଚାୟତ ର ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ / ସଦସ୍ୟା ତଥା ସୋନପୁର ର ସମସ୍ତ କାଉନସିଲର, ଚେୟାରମ୍ୟାନ ସମସ୍ତେ ଏହି କୁଷ୍ଠ ରୋଗ ସଚେତନତା ଅଭିଯାନ ରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି l

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...