- ସ୍ଵଦେଶୀ ଅର୍ଥନୀତି ହିଁ ଭବିଷ୍ୟତ ଭାରତର ଅର୍ଥନୀତି
(ସ୍ଵଦେଶୀ ଜାଗରଣ ମଞ୍ଚର ରାଜ୍ଯ ସମ୍ମିଳନୀ ଉଦଘାଟିତ)
ଗଞ୍ଜାମ, (୨୩/୦୩) : ଆ.ପ୍ର. : ସ୍ଵଦେଶୀ ଜାଗରଣ ମଞ୍ଚ ଓଡିଶା ପୂର୍ବ ପ୍ରାନ୍ତ ର ପ୍ରାନ୍ତ ସମ୍ମିଳନୀ ଗୋସାଇଁ ନୂଆଗାଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବ୍ରହ୍ମପୁର ଠାରେ ଆଜି ତା ୨୨ ମାର୍ଚ୍ଚ ଶନିବାର ଦିନ ଉଦଘାଟିତ ହୋଇଯାଇଛି l ଏହି ସମ୍ମିଳନୀ ୨୨ ଓ ୨୩ ଦୁଇଦିନ ଧରି ଚାଲିବ l
ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡ. କୃଷ୍ଣ ମୋହନ ପାଠି ଏବଂ ଅନ୍ୟତମ ଅତିଥି ସ୍ଵଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ପରିବେଶ ସୁରକ୍ଷା ପ୍ରମୁଖ ଶ୍ରୀ ବନ୍ଦେ ଶଙ୍କର ସିଂ ମିଳିତଭାବେ ସମ୍ମିଳନୀ କୁ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସ୍ବଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ l
ଜିଲ୍ଲା ସଂଯୋଜକ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଶୀଲ ପଟ୍ଟନାୟକ ମଞ୍ଚ ସଞ୍ଚାଳନ କରି ସମସ୍ତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ l ଦୀପ ପ୍ରଜ୍ବଳନ ପରେ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଓଡିଶା ପ୍ରାନ୍ତ ସହ ସଂଯୋଜକ ପ୍ରସନ୍ନ ଛୋଟରାୟ ପ୍ରସ୍ତାବିକ ରଖିଥିଲେ l ସମ୍ମିଳନୀ ଆୟୋଜନ କରିବା ଉଦ୍ଧେଶ୍ୟ ଏବଂ ଏହା ମାଧ୍ୟମରେ ସଂଗଠନ କାର୍ଯ୍ୟ ବିସ୍ତାର, କାର୍ଯ୍ୟକର୍ତ୍ତା ର ବିକାଶ କିପରି ହୁଏ ବୁଝାଇଥିଲେ l
ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶୀ ଡ. କୃଷ୍ଣ ମୋହନ ପାଠି କହିଥିଲେ ଯେ ସ୍ଵଦେଶୀ ଜିନିଷ ର ବ୍ୟବହାର କଲେ ହିଁ ଦେଶର ବଡ ଉଦ୍ୟୋଗ, ଛୋଟ ଛୋଟ ଶିଳ୍ପ ର ଉନ୍ନତି ହେବ l ଶିଳ୍ପ ର ଉନ୍ନତି ହେଲେ ଜିନିଷ ର ମାନ ବଢିବା ସହିତ ବ୍ୟକ୍ତିର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କହିଥିଲେ l ଅଖିଳ ଭାରତୀୟ ପରିବେଶ ପ୍ରମୁଖ ଶ୍ରୀ ବନ୍ଦେ ଶଙ୍କର ସିଂ ସ୍ୱଦେଶୀ ଜାଗରଣ ମଞ୍ଚର ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟର ଇତିହାସ ବର୍ଣ୍ଣନା କରିଥିଲେ l
ବିଶ୍ଵ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) କାର୍ଯ୍ୟକୁ ଦୃଢ଼ ଭାବେ ବିରୋଧ କରିବାଠାରୁ ଆରମ୍ଭ କରି , ବିଦେଶୀ ପୁଞ୍ଜି ନିବେଶ କୁ ବିରୋଧ, ଚାଇନା ଜିନିଷ ବର୍ଜନ କରିବା ସ୍ଵଦେଶୀ ଜିନିଷ ବ୍ୟବହାର କରିବା, ମତ୍ସ୍ୟଜିବୀମାନଙ୍କ ସପକ୍ଷରେ, ବିଡି ଶ୍ରମିକ ମାନଙ୍କ ସପକ୍ଷରେ ଆନ୍ଦୋଳନ କରିବା ଇତ୍ୟାଦି ଠାରୁ ଆରମ୍ଭ କରି ଜେନେଭା ବୈଠକରେ ସ୍ଵଦେଶୀ ସପକ୍ଷରେ ମତ ଦେଇଥିବାବେଳେ ଭାରତର ଯୁବ ସମାଜ ମଧ୍ୟରେ ସୃଜନାତ୍ମକ ପ୍ରତିଭାର ବିକାଶ ମାଧ୍ୟମରେ ସ୍ୱାବଲମ୍ବୀ ଭାରତ ନିର୍ମାଣ କରିବା, ବିଭିନ୍ନ ସ୍ଥାନରେ ସ୍ଵଦେଶୀ ମେଳା ଆୟୋଜନ କରାଯାଇ ଅର୍ଥନୀତି କୁ ସୁଦୃଢ଼ କରିବା ଉଦ୍ୟୋଗୀ ମାନଙ୍କ ଉନ୍ନତି କରିବା କାର୍ଯ୍ୟ ଅତ୍ୟନ୍ତ ସୁନ୍ଦର ଭାବେ ଉପସ୍ଥାପିତ କରିଥିଲେ l
ଅନ୍ନଦା ଶଙ୍କର ପାଣିଗ୍ରାହୀ କହିଥିଲେ ଯେ ଆପଣମାନେ ଜାଣନ୍ତି ସ୍ଵଦେଶୀ ଜାଗରଣ ମଞ୍ଚ ଦେଶର ଆର୍ଥିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ l ଆମ ଭିତରେ ସ୍ଵଦେଶୀ ଭାବ ଜାଗ୍ରତ କରିବା ଆମର ହିଁ କାମ ବୋଲି କହିଥିଲେ l ଶେଷରେ ମହାନଗର ସଂଯୋଜକ ଯୁବ ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ଶିବରାମ ପଢ଼ିଆଳି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l