ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୫/୦୧) : କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥାନୀୟ କାଥଲିକ୍ ଚର୍ଚ୍ଚ ପ୍ରାଙ୍ଗଣରେ ସ୍ବର୍ଗତ ସମାଜ ସେବୀ ଫ୍ରାନସିସି ନାୟକ (ମୁଣ୍ଡା ଭାଇନା)ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି ।
ଖ୍ରୀଷ୍ଟୟ ସମାଜ ଯୁବ ଗୋଷ୍ଠୀ ପକ୍ଷରୁ ଆଯୋଜିତ କାର୍ଯ୍ୟକ୍ରମ ରେ କାଥଲିକ୍ ଚର୍ଚ୍ଚ ଧର୍ମ ଯାଜକ,ମଣ୍ଡାସରୁ ଚର୍ଚ୍ଚ ଧର୍ମ ଯାଜକ, ସେବା ଭଗ୍ନି, ବାପଷ୍ଟିଟ ଚର୍ଚ୍ଚ ଧର୍ମ ପ୍ରଚାରକ, କର୍ମ କର୍ତ୍ତା, ସଦସ୍ୟ, ନାଗରିକ ମଞ୍ଚ ଅନୁଷ୍ଠାନ କର୍ମକର୍ତ୍ତା, ରାଇକିଆ ପ୍ରେସ୍ କ୍ଳବ୍ ସଦସ୍ୟ,ଭାରତୀୟ ଆଜାଦି ସେବା ସଙ୍ଗଠନ କର୍ମ କର୍ତ୍ତା, ବୁଦ୍ଧିଜୀବି, ଯୁବଗୋଷ୍ଠୀ ଯୋଗ ଦେଇ ଥିଲେ। ଫୋଟୋ ଚିତ୍ରରେ ପୁଷ୍ପ ଗୁଛ,ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ତୁତି ଚାରଣ କରିଥିଲେ । ଏଠାରେ ସୂଚନା ଥାଉ କି କିଛି ଦିନ ପୂର୍ବରୁ ଏକ ଅଟୋ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏମ୍ସ ମେଡିକାଲରେ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁବରଣ କରିଥିଲେ ।
ତାଙ୍କୁ ଖ୍ରୀଷ୍ଟୀୟ ରୀତି ନୀତି ଅନୁସାରେ ସମାଧି ଦିଆଯାଇ ଥିଲା। ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ଅଞ୍ଚଳର ଅତି ପରିଚିତ ପ୍ରିୟ, ନମ୍ର, ପରୋପକାରୀ ମୁଣ୍ଡା ଭାଇନା ନାମରେ ପରିଚିତ ଥିଲେ। ପିଲାଟି ଦିନରୁ ବାପାମାଆ ଛେଉଣ୍ଡ ହୋଇଥିଲେ, କିନ୍ତୁ ସମସ୍ତଙ୍କର ଆପଣା ହୋଇ ରହି ଥିଲେ। ଦୁର୍ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲକୁ ନିଃସ୍ଵାର୍ଥ ଭାବେ ନେଇ ସେବା କରିବା ଏବଂ ମୃତ୍ୟୁପରେ ତାଙ୍କୁ ରାଇକିଆ ଆଣିଥିବା ଯୁବକ ଙ୍କୁ ସାଧୁବାଦ ଜଣାଇ ସମ୍ବର୍ଧନା କରାଯାଇଛି । କାର୍ଯ୍ୟକ୍ରମ କୁ ରଶ୍ମି ରଞ୍ଜନ ତ୍ରିପାଠୀ, ଯୋଗେନ୍ଦ୍ର ନୀଳମଣି ମଣ୍ଡଳ ପରିଚାଳନା କରିଥିବା ବେଳେ ସମସ୍ତ ଯୁବ ଗୋଷ୍ଠୀ ସହୋଯୋଗ କରିଥିଲେ।