ରାୟଗଡା , (୧୧/୦୪) : ଆପ୍ର. : ଶିକ୍ଷା ଓ ସଂସ୍କାର ର କେନ୍ଦ୍ରବିନ୍ଦୁ ସ୍ଵାମୀ ବିବେକାନନ୍ଦ ବିଦ୍ୟାମନ୍ଦିର। ସହର ରିଙ୍ଗ ରୋଡ଼ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି । 
୨୨ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଶିକ୍ଷା ସାମାଜିକ ଜୀବନର ମୂଳ ଲକ୍ଷ୍ୟହୋଇ ଥିଲା ବେଳେ, ବିଦ୍ୟାଳୟ ଶିକ୍ଷାର ଏନ୍ତୁଡ଼ିଶାଳ ବୋଲି ମଞ୍ଚାସିନ ଅତିଥି ମାନେ କହିଥିଲେ । ଛାତ୍ର ଛାତ୍ରୀ ମାନେ ମୋବାଇଲ୍ ଠାରୁ ଦୂରରେ ରହି ନିଜର ଭବିଷ୍ୟତ ଗଢ଼ିବା ଏବଂ ଏଥିରେ ଅଭିଭାବକ ମାନଙ୍କ ମୁଖ୍ୟ ଭୂମିକା ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ବିଦ୍ୟାମନ୍ଦିର ର ଅଧ୍ୟକ୍ଷ ଡ. ବିଜୟ କୁମାର ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଗୁରୁଜି ଓ ଗୁରୁମା ଙ୍କ ଅବଦାନ ଯୋଗୁ ଏହି ବିଦ୍ୟା ମନ୍ଦିର ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ପାରିଛି ବୋଲି କହିଥିଲେ ।
ଛାତ୍ର ଛାତ୍ରୀଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରରେ ପୁରସ୍କୃତ କରିବା ସହିତ ସହର ର କିଛି ପ୍ରତିଷ୍ଠିତ ବ୍ୟକ୍ତିତ୍ଵଙ୍କୁ ମଧ୍ୟ ସେବା କ୍ଷେତ୍ରରେ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଆପଲା ସ୍ବାମୀ କାଡ୍ରକା ଉପସ୍ଥିତ ଥିଲା ବେଳେ, ମୁଖ୍ୟ ବକ୍ତା ଭାବେ ଡ. ଦୁଷ୍ମନ୍ତ କୁମାର ମହାନ୍ତି। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନ ଲାଲ ମାଝୀ, ଏବଂ କୃଷ୍ଣ ଚନ୍ଦ୍ର ଶାସ୍ତ୍ରୀ ଉପସ୍ଥିତ ଥିଲେ ।