ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେବଗଡ଼, (୨୮/୦୨) : ସଇତାନ ସାଜିଲା ସ୍ୱାମୀ । ଯାହା ହାତ ଧରି ବାହା ହୋଇଥିଲା ତାର ହତ୍ୟାକାରୀ ସାଜିଲା ନୃଶଂସ ସ୍ୱାମୀ ।
ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ । ଏପରି ଏକ ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାଡିହ ଗ୍ରାମରେ ଘଟିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି । ସୂଚନା ଅନୁସାରେ, ଗତକାଲି ରାତିରେ ଝରାଡିହ ଗ୍ରାମରେ ବିଭୁତି ଭୂଷଣ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ଲାଗିରହିଥିଲା । ଧୀରେ ଧୀରେ ଏହା ଉଗ୍ର ରୂପ ନେଇଥିଲା। ସ୍ୱାମୀ ସ୍ତ୍ରୀକୁ ବହୁ ମାଡ ମାରିଥିଲେ । ଫଳରେ ସ୍ତ୍ରୀ ଅଚେତ ହୋଇ ଘଟଣାସ୍ଥଳରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଉଭୟ ଗତ ୮ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ତିନୋଟି ସନ୍ତାନ ରହିଛନ୍ତି । ମା’ର ମୃତ୍ୟୁ ପରେ ସନ୍ତାନମାନେ କାନ୍ଦୁଥିବାବେଳେ ବାପା ଚମ୍ପଟ ମାରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।