ରିପୋର୍ଟ – ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର : ୧୫/୧୨/୨୪ : କଥାରେ ଅଛି “ରକ୍ତଦାନ ମହାପୂଣ୍ୟ ” । ଜୀବନ ରକ୍ଷା ପାଇଁ ଅମୂଲ୍ୟ ରତ୍ନ ହେଉଛି ରକ୍ତ । ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଗୁଣପୁର ସହରାଞ୍ଚଳ ଶୌଣ୍ଢିକ ସେବା ସଂଘ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଗୁଣପୁର ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ରକ୍ତ ଭଣ୍ଡାର ଠାରେ ଆୟୋଜନ କରାଯାଇଥିଲା ।
ଡାକ୍ତର ସୂଜାତା ଗମାଙ୍ଗଙ୍କ ଦ୍ଵାର ଏହି କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିଲା । ଶୌଣ୍ଢିକ ପରିବାର ତରଫରୁ ୨୩ ୟୁନିଟ ରକ୍ତଦାନ କରାଯାଇଅଛି । ସୁବାଷ ଚନ୍ଦ୍ର ସେନାପତି, ସନ୍ଦୀପ କୁମାର ପାତ୍ର, ବିଜୟ ଲକ୍ଷ୍ମୀ ବେହେରା,ହେମନ୍ତ ସାହୁକାର,ସନ୍ତୋଷ କୁମାର ବେହେରା, କୌଶିଷ କଂସ ବେହେରା, ପ୍ରଶାନ୍ତ ନୀଳଗିରି,ରଞ୍ଜନ କୁମାର ସୂର୍ଯ୍ୟ, ପ୍ରଦୀପ କୁମାର ସାହୁ,ମୟୂର ଚନ୍ଦ୍ରିକା ଚୌଧୁରୀ, ପଞ୍ଚାନନ ଚୌଧୁରୀ ତଥା ସଂଘର କର୍ମକର୍ତ୍ତା ପ୍ରମୂଖ ରକ୍ତଦାନ କରିଛନ୍ତି । ସଂଘ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିବାପାଇଁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।
ସଂଘର ସଭାପତି ନରେନ୍ଦ୍ର କୁମାର ସାହୁ,ଉପ ସଭାପତି ରାଜେନ୍ଦ୍ର ସାହୁକାର , ସଂପାଦକ କୃଷ୍ଣଚନ୍ଦ୍ର ସେନାପତି, ଯୁଗ୍ମ ସଂପାଦକ ବିଶ୍ୱନାଥ ସାହୁ,କୋଷାଧକ୍ଷ ଦିଲୀପ କୁମାର ଚୌଧୁରୀ ପ୍ରମୁଖ ଏହି ରକ୍ତଦାନ ଶିବିରର ପରିଚାଳନା କରିଥିଲେ । ଅନୀଲ କୁମାର ସାହୁକାର, ବିଜୟ କୁମାର ସୁନାମୁଦି, କୃଷ୍ଣଚନ୍ଦ୍ର ଚୌଧୁରୀ ,ଜଗନ୍ନାଥ ଚୌଧୁର,ପ୍ରତାପ ବେହେରା,ଶଶିଭୂଷଣ ରତ୍ନାଲୁ ଓ କୁଞ୍ଜ ବିହାରୀ କଂସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ଦେବୀ ପ୍ରସାଦ ମିଶ୍ର ଓ ବିଭୂ ପ୍ରସାଦ ଶତପଥି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।