32.9 C
Balāngīr
Wednesday, April 30, 2025

ସ୍ଵଂୟ ସହାୟକ ଗୋଷ୍ଠୀ ର ମହିଳା ଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଲକ୍ଷ୍ୟ : ସୁବର୍ଣ୍ଣ ମାଟି ଚା କପର ଶୁଭାରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୧୧) : ସୋନପୁର ମ୍ୟୁନିସିପାଲଟି କୁମ୍ଭାରପଡ଼ା ଠାରେ ମିଶନ ଶକ୍ତି ପକ୍ଷରୁ ଶ୍ରୀ ସମୃଦ୍ଧି ଉତ୍ପାଦକ ଗୋଷ୍ଠୀ ସୋନପୁର ରେ କୁଲହଡ (ମାଟିକପ) ମେସିନର ଶୁଭ ଉଦଘାଟନ ହୋଇଯାଇଛି ।WhatsApp Image 2024 11 28 at 18.30.24 ସ୍ଵଂୟ ସହାୟକ ଗୋଷ୍ଠୀ ର ମହିଳା ଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଲକ୍ଷ୍ୟ : ସୁବର୍ଣ୍ଣ ମାଟି ଚା କପର ଶୁଭାରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ଜିଲ୍ଲାରେ ପ୍ରଥମ ଥର ପାଇଁ ସ୍ଵଂୟ ସହାୟକ ମହିଳା ଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାର ଯୋଗାଇବା ଲକ୍ଷ୍ୟରେ ଏହି ମେସିନ ସ୍ଥାପନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଯୋଗ ଦେଇଥିବା ବେଳେ ଓରମାସର ଡେପୁଟି ସିଇଓ ତଥା ଜିଲ୍ଲା ସଂଯୋଜକ ବିଶ୍ବଜିତ ପରିଡ଼ା ଓ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଏବେ ଯେଉଁ ଜନସାଧାରଣ ବହୁଳ ମାତ୍ରାରେ ପେପର କପରେ ଚା ପିଇବା ଦ୍ଵାରା ସେଥିରୁ ଉତ୍ପନ୍ନ ହେଉଥିବା ମାଇକ୍ରୋ ପ୍ଲାଷ୍ଟିକ ଚାହା ସହ ମିଶି କ୍ୟାନ୍ସର ତଥା ହରମୋହନ ଅସୁନ୍ତଳିତ ହୋଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଏହି ପ୍ରକଳ୍ପ ହେବା ଫଳରେ ମାଟି କପରେ ଚା ପିଇବା ପାଇଁ ଜିଲ୍ଲାବାସୀ ସୁଯୋଗ ପାଇବା ସହ ନିରୋଗୀ ରହିବେ । ଏଥିରେ ୩୦ ଜଣ ମହିଳା କାମ କରି ମାଟିକପ ତିଆରି ମେସିନରେ ଘଣ୍ଟାକୁ ୩୦୦ କପ ତିଆରି କରିପାରିବେ ।

ପ୍ରଥମେ ଏଥିରୁ ପ୍ରତିଦିନ ୧୮୦୦ ପିସ କପ୍ ତିଆରି ହେବାକୁ ଥିବାବେଳେ ଦିନକୁ ୩୬୦୦ ଟଙ୍କା ରୋଜଗାର କରି ମାସକୁ ୧ଲକ୍ଷ ୮ ହଜାର ପାଇ ପାରିବେ ବୋଲି ସୂଚନା ଦେଇଥିଲେ। ଏହାକୁ ନିଜ ବଜାରରେ ବିକ୍ରୀ କରିବାକୁ ସୁଯୋଗ ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ସହିତ ବ୍ଲକ ସ୍ତରୀୟ ମହାସଂଘ ର ସଭାନେତ୍ରୀ ଓ ସମ୍ପାଦିକା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ସଚିଦାନନ୍ଦ ବୁଡେକ, ବିପିଏସିଏ ମିଶନ ଶକ୍ତି ଅମିତ କୁମାର ଡାଙ୍ଗ ପରିଚାଳନା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...