32.9 C
Balāngīr
Wednesday, April 23, 2025

ସ୍ଵର୍ଣ୍ଣ ପ୍ରୟାଗ ରାମେଶ୍ୱରଠାରେ ଜଗନ୍ନାଥ ମହୋତ୍ସବରେ ଜନସମୁଦ୍ର

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ସୁବର୍ଣ୍ଣପୁର (୨୪/୦୩-ଆପ୍ର) : ସ୍ଵର୍ଣ୍ଣ ପ୍ରୟାଗ ରାମେଶ୍ୱରଠାରେ ଚାଲିଥିବା ଜଗନ୍ନାଥ ମହୋତ୍ସବର ଷଷ୍ଠ ଦିନର ଅନ୍ତିମ ସନ୍ଧ୍ୟାରେ ଜନ ସମୁଦ୍ରରେ ମହୋତ୍ସବ କ୍ଷେତ୍ର। ଏହି ଅବସରରେ ଆର୍ତ୍ତତ୍ରାଣ ବାବାଙ୍କ ସ୍ପର୍ଶ ଚିକିତ୍ସା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହୋଇ ଦିବ୍ୟ ଅନୁଭବ ଲଭିଥିବାର ଦେଖାଯାଇଛି0c2ccc75 5db7 4ecb afc4 cc9cc84559a0 ସ୍ଵର୍ଣ୍ଣ ପ୍ରୟାଗ ରାମେଶ୍ୱରଠାରେ ଜଗନ୍ନାଥ ମହୋତ୍ସବରେ ଜନସମୁଦ୍ର

ମହୋତ୍ସବ କମିଟି ପକ୍ଷରୁ ସପ୍ତାହବ୍ୟାପୀ ଚାଲିଥିବା ଅନ୍ନଯଜ୍ଞରେ ପ୍ରତିଦିନ ଦିନରାତି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମକୁ ବହୁ ମାତ୍ରାରେ ଆଦୃତି ମିଳିଥିବା ବେଳେ ପଞ୍ଚକୁଣ୍ଡିୟ ଘୃତଯଜ୍ଞ ସହ ଚବିଶ ପ୍ରହରୀ ନାମଯଜ୍ଞ ଓ ଜଗନ୍ନାଥଙ୍କ ଦୁଲ୍ଲଭ ବତିଶ ବେଶ ଆଗରେ ଆୟୋଜିତ ବିଷ୍ଣୁ ସହସ୍ର ନାମଜପରେ ଦମ୍ପତ୍ତିଙ୍କ ସଂକଳ୍ପ ବ୍ରତ ଏ ପବିତ୍ର ପୀଠର ଗାମ୍ଭୀର୍ଯ୍ୟ କୁ ବହୁମାତ୍ରାରେ ବଢାଇ ଦେଇଛି। ଦୁଲ୍ଲଭ ବତିଶ ବେଶର ମୁଖ୍ୟ ପରିଚାଳକ ସଚ୍ଚିଦାନନ୍ଦ ମହାପାତ୍ର,ଗୌରୀଗୋପାଳ ସେବାଶ୍ରମ ପୁରୀରୁ ଆସିଥିବା ବେଳେ ଏ ସବୁ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଇଛନ୍ତି ଅଞ୍ଚଳବାସୀ ।ମହୋତ୍ସବର ମୁଖ୍ୟମଞ୍ଚରେ ସଂଧ୍ୟାକାଳୀନ ତ୍ରିଆଳତି ସହ ଜଗନ୍ନାଥ କଥାମୃତକୁ ନେଇ ପ୍ରବଚନ ଓ ଭଜନ ପରିବେଷଣ ଜାରି ରହିଥିବାବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡକୁ ଦେଖି ସୁବର୍ଣ୍ଣପୁର ମାରୱାଡି ଯୁବା ମଞ୍ଚ ଓ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଜଳଦାନ ବ୍ୟବସ୍ଥା କରାଯାଇଛି ।

ସମଗ୍ର ଅଞ୍ଚଳରେ ସହରର ସ୍ବଚ୍ଛ ଭାରତ ସଂଗଠନ ଓ ସୋନପୁର କଲେଜ ଏନସିସି ପକ୍ଷରୁ ସ୍ଵଚ୍ଛତା କାର୍ଯ୍ୟକ୍ରମ ଜାରି ରହିଛି।ମହୋତ୍ସବର ମୁଖ୍ୟ କମିଟି,ଅର୍ଥ କମିଟି,ଯଜ୍ଞ କମିଟି,ବତିଶ ବେଶ ସଞ୍ଚାଳନ କମିଟି,ଅନ୍ନଯଜ୍ଞ କମିଟି,ନାମଯଜ୍ଞ କମିଟି,ଜଳ ଓ ପରିମଳ କମିଟି ସହ ପ୍ରଚାର ପ୍ରସାର କମିଟିର ସମସ୍ତ ସଦସ୍ୟଙ୍କ ସକ୍ରିୟ କାର୍ଯ୍ୟ ସମ୍ପାଦନା ଯୋଗୁଁ ଦୀର୍ଘ ଛଅଦିନ ଧରି ମହୋତ୍ସବ ଆଗେଇ ଚାଲିଛି ।ଆରମ୍ଭରୁ ଆଜିଯାଏଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ଯଜ୍ଞସ୍ଥଳୀ ଉତ୍ସବମୁଖର ହୋଇଉଠିଥିବାବେଳେ ଏକ ଆଧ୍ୟାତ୍ମିକ ପରିବେଶ ମହୋତ୍ସବକୁ ସଫଳ କରିଛି ବୋଲି ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କର ମତ ରହିଛି।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...