32.9 C
Balāngīr
Thursday, July 10, 2025

ସ୍ୱତନ୍ତ୍ରତା ଦିବସ ଅଭ୍ୟାସ ପ୍ୟାରେଡ୍ ରେ ବାଧକ ସାଜିଲା ପଡ଼ିଆ ମଝିରେ ଟେଣ୍ଟ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୧/୦୮) : ରାୟଗଡା ଜି .ସି. ଡି ଖେଳ ପଡିଆ ଠାରେ ଅନୁଷ୍ଟିତ ହେବ ୭୮ ତମ ସ୍ୱାଧୀନତା ଦିବସ ।WhatsApp Image 2024 08 11 at 19.02.36 ସ୍ୱତନ୍ତ୍ରତା ଦିବସ ଅଭ୍ୟାସ ପ୍ୟାରେଡ୍ ରେ ବାଧକ ସାଜିଲା ପଡ଼ିଆ ମଝିରେ ଟେଣ୍ଟ

ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ଆଜି ହେବାକୁ ଥିବା ଅଭ୍ୟାସ ପ୍ୟାରେଡ଼ରେ ବାଧକ ସାଜିଥିଲା ପଡିଆ ମଝିରେ ଟେଣ୍ଟ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବାଧୀନତା ଦିବସରେ ଅଂଶ ଗ୍ରହଣ କରିବାକୁ ଥିବା ସ୍କୁଲ ଓ କଲେଜ୍ ଛାତ୍ର ଛାତ୍ରୀ ଓଡ଼ିଶା ପୋଲିସ, ଓଡ଼ିଶା ପୋଲିସ୍ ବ୍ୟାଣ୍ଡ ସହିତ ୩୪ଟି ପ୍ଲାଟୁନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଜିସିଡି ଖେଳ ପଡିଆ ଠାରେ ଅଭ୍ୟାସ ପ୍ୟାରେଡ୍ ନିମନ୍ତେ ପଡିଆ ଠାରେ ଉପସ୍ଥିତ ଥିଲେ । କିନ୍ତୁ, ଖେଳ ପଡିଆ ମଝିରେ ଥିବା ଟେଣ୍ଟ ଯୋଗୁଁ ଅହେତୁକ ବିଳମ୍ବରେ ଆରମ୍ଭ ହୋଇଥିଲା ପ୍ୟାରେଡ୍ । ଏହି ପ୍ୟାରେଡରେ ରିଜର୍ଭ ଇନ୍ସପେକ୍ଟର କବିବର ଦେହୁରୀ ଙ୍କ ନିର୍ଦ୍ଧେଶ ଓ ଆଦେଶ ପାଳନ କରିବାରେ ଏହି ଟେଣ୍ଟ ଯୋଗୁଁ ଠିକ୍ ଭାବରେ ଦେଖା ଯାଉ ନ ଥିଲା ।WhatsApp Image 2024 08 11 at 19.02.52 ସ୍ୱତନ୍ତ୍ରତା ଦିବସ ଅଭ୍ୟାସ ପ୍ୟାରେଡ୍ ରେ ବାଧକ ସାଜିଲା ପଡ଼ିଆ ମଝିରେ ଟେଣ୍ଟ

ଯାହା ଦ୍ୱାରା ଅଳପ କିଛି ଘଣ୍ଟା ଅଭ୍ୟାସ ପ୍ୟାରେଡ୍ ଶେଷ ହୋଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ, ପ୍ରତିବର୍ଷ ୨୬ଜାନୁୟାରୀ ପୂର୍ବରୁ ତିନି ଦିନ ଏବଂ ଅଗଷ୍ଟ ୧୫ ପୁର୍ବରୁ ୧୧,୧୨, ୧୩ ଏହି ତିନିଦିନ ଅଭ୍ୟାସ ପ୍ୟାରେଡ୍ ହୋଇଥାଏ । କିନ୍ତୁ, କାହିଁକି ଟେଣ୍ଟ ଖୋଲିବାରେ ଏତେ ବିଳମ୍ବ ହୋଇଥିଲା ଯାହାଦ୍ବାରା ଅଭ୍ୟାସ ପ୍ୟାରେଡର ଗୋଟିଏ ଦିନ ସମ୍ପୂର୍ଣ୍ଣ ଅଭ୍ୟାସ ଅଧା ଅଧାରେ ରହିଗଲା ବୋଲି ସ୍କୁଲ କଲେଜରୁ ଆସିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଅସନ୍ତୁଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଜାଣି ଜାଣି ଟେଣ୍ଟ ମାଲିକ ଓ କର୍ମଚାରୀଙ୍କ ଏହିଭଳି ମନ୍ଥର କାର୍ଯ୍ୟକୁ ଟେଣ୍ଟ ଖୋଲା ନ ଜିବାକୁ ନେଇ ନିନ୍ଦା କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...