32.9 C
Balāngīr
Wednesday, April 23, 2025

ସ୍ୱାସ୍ଥ୍ୟ ଓ ଗମନା ଗମନ ନେଇ ଆନ୍ଦୋଳନ ଚେତାବନୀ

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର/ଟିଟିଲାଗଡ, (୨୧/୧୨) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ସବ ଡ଼ିଭିଜନ ଆକାର ଓ ଆୟତନ ରେ ପ୍ରଥମ ଥିବା ସହ ଭାରତ ର ସବୁ ପ୍ରାନ୍ତ କୁ ଗମନା ଗମନ ନେଇ ଅନ୍ୟତମ ରେଳ ଜଙ୍କସନ ଅଟେ ।

ସ୍ୱାସ୍ଥ୍ୟ ଓ ଗମନା ଗମନ ନେଇ ଆନ୍ଦୋଳନ ଚେତାବନୀ । ହେଲେ ପରିତାପ ର ବିଷୟ ଯେ ଏହି ସହର ରେ ସରକାରୀ ଅବା ବେସରକାରୀ ବସଷ୍ଟାଣ୍ଡ ନାହିଁ । ସେହିପରି ସିଧାସଳଖ ଭୁବନେଶ୍ୱର କୁ ଯିବା ପାଇଁ ଟ୍ରେନ ଓ ବସ ସେବା କଥା ସହଜେ ଅନୁମେୟ । ବର୍ଷ, ବର୍ଷ ଧରି ପୂର୍ବରୁ ଥିବା ସରକାରୀ ବସଷ୍ଟାଣ୍ଡ କୁ ଗୋପନ ରେ ଜାଲ କାଗଜ, ପତ୍ର କରି ତିନି ଲକ୍ଷ ଟଙ୍କା ରେ ବିକ୍ରୀ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଏକ ଘରୋଇ ବସଷ୍ଟାଣ୍ଡ ଟିଏ ନ ଥିବା ଅତ୍ୟନ୍ତ ଦୁଃଖ ର ବିଷୟ । ପୂର୍ବତନ ବିଧାୟକା ତଥା ପରିବହନ ମନ୍ତ୍ରୀ ଥିବା ଟୁକୁନି ସାହୁ ଏହି ସମସ୍ୟା ର ସମାଧାନ କରିପାରି ନ ଥିଲେ ।

ସେହିପରି ସିଧାସଳଖ ଭୁବନେଶ୍ୱର କୁ ଇଣ୍ଟରସିଟି ଟ୍ରେନ ଟିଏ ନ ଥିବା ,ରେଳ ବିଭାଗ ଆର ଏମ୍ ଏସ ଡାକ ସେବା ବଲାଙ୍ଗିର କୁ ଉଠେଇ ଦିଆ ଯାଇଛି । ଲୋକ ଙ୍କ ଡାକ ଟିଟିଲାଗଡ ରୁ ବଲାଙ୍ଗିର ଯାଇ ପୁଣି ଟିଟିଲାଗଡ ଆସି ଡାକ ଯାଇଥାଏ । ସେହିଭଳି ଏହି ଟିଟିଲାଗଡ ରୁ ଶ୍ରମିକ ବା ଲେବର କାର୍ଯ୍ୟାଳୟ କୁ ଉଠେଇ ଦେଇ ଥିବାରୁ ଶ୍ରମିକ ଦୁର୍ଦ୍ଦଶା ଭୋଗି ଆସୁଛନ୍ତି। ଏହି ସହର ରେ ପାନୀୟ ଜଳ ସମସ୍ୟା, ସ୍ବାସ୍ଥ୍ୟ ସେବା, ସମ୍ପୂର୍ଣ ଭୁଶୁଡ଼ି ପଡ଼ିଛି । ଡାକ୍ତରଖାନା ରେ ଯାହା କିଛି ଚିକିତ୍ସା ଚାଲିଛି ସେହି ସ୍ୱଳ୍ପ କର୍ମଚାରୀ ଚାରି ମାସ,ପାଞ୍ଚ ମାସ ଧରି ଦରମା ବନ୍ଦ ରଖି ଟଙ୍କା ଆଦାୟ କରି ହଇରାଣ ହେଉଛନ୍ତି ବୋଲି କର୍ମଚାରୀ ପ୍ରକାଶ କରିଛନ୍ତି । ଡାକ୍ତରଖାନା ପରିସରରେ ଥିବା ସରକାରୀ ବାସ ଭବନ ଗୁଡ଼ିକୁ ଜାଲିଆତି କରି ରଖା ଯାଇଛି। ଅପଯୁକ୍ତ କର୍ମଚାରୀ ଙ୍କୁ ବାସଗୃହ ପ୍ରଦାନ ନ କରିବା ସ୍ଥାୟୀ ମାସିକ ଭଡ଼ା ରେ ଟ୍ରେଜେରି ବିଲ ଅନୁଯାୟୀ ମୂଲ୍ୟ ପୈଠ ରେ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି ।

ଏପରିକି ନିଜେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କ ବାସ ଭବନ ଅର୍ଥ ବାଟ ବଣା କରିଦେଇଥିବା ଅଭିଯୋଗ ହୋଇ ଆସୁଛି। କର୍ମଚାରୀ ଅସନ୍ତୋଷ ବୃଦ୍ଧି ସହ ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ମୁଖ୍ୟ ଶାସନ ସଚିବ ତଥା ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତୁରନ୍ତ ଦୃଷ୍ଟି ଦେବା ଯିବେଦୟା ଅନୁଷ୍ଠାନ ସଭାପତି ଶ୍ରୀକାନ୍ତ ସାହୁ ଲିଖିତ ଅଭିଯୋଗ କରିଛନ୍ତି । ସ୍ବାସ୍ଥ୍ୟ ଓ ଗମନା, ଗମନ ନେଇ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଲିଖିତ ଅଭିଯୋଗ ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...