32.9 C
Balāngīr
Thursday, June 12, 2025

ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ଆନ୍ଦୋଳନ ଚେତାବନୀ

Must read

ବଲାଙ୍ଗୀର/ଟିଟିଲାଗଡ, (୦୨/୦୬) : ଆପ୍ର. : ବଲାଙ୍ଗୀର ଜିଲ୍ଲା ର ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇ ଏହି ଜିଲ୍ଲା ର ଟିଟିଲାଗଡ କୁ ଆସି ଏଠାକାର ସ୍ବାସ୍ଥ୍ୟ ସେବା ନେଇ ନିଜ ପୂହଁରୁ ପଦେ କଥା ନ କହି ଚାଲିଯିବା ନେଇ ଜିଲ୍ଲା ଜନସେବା ସି ,ବି,ଓ ଅନୁଷ୍ଠାନ ଜିଲ୍ଲା ସଭାପତି ଲମ୍ବୁଧର ଛାତ୍ରୀୟା ତୀବ୍ର ନିନ୍ଦା କରିବା ସହ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ହୋଇ ପଡିବା ନେଇ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେବା ସହ ଲିଖିତ ଅଭିଯୋଗ ପତ୍ର ମାନ ପ୍ରେରଣ କରିଥିବା ପ୍ରକାଶ କରିଛନ୍ତି ।

ସେହିପରି ଇତି ମଧ୍ୟରେ ସ୍ଥାନୀୟ ବିଧାୟକ ନବୀନ ଜୈନ ଉକ୍ତ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ସାକ୍ଷାତ ସ୍ବାଗତ କରି ଦେଇ ମିଥ୍ୟା ବାହାବା ନେବା ସାର ହୋଇ ଥିଲା । ପୂର୍ବେ ବିଜେଡି ଶାସନ କାଳରେ ଏହି ଜିଲ୍ଲା ସ୍ତରୀୟ ଡାକ୍ତରଖାନା ରେ ସ୍ଥାୟୀ, ପଦ,ପଦବୀ ପୂରଣ କରିବା ସହ ଲୋକ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ବେଶ୍ ଜୋରରେ ପ୍ରଚାର କରି ଭୋଟ ହାତେଇ ଥିଲେ ସିନା କ୍ଷମତା ପାଇ ବର୍ଷ ବିତି ଗଲାଣି ସିନା କୌଣସି ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ତ ଦୂର ର କଥା ଜଣେ ସ୍ଥାୟୀ ଚିକିତ୍ସାଧିକାରୀ ପଦବୀ ପୂରଣ କରି ପାରି ନାହାନ୍ତି । ଡାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ବିଧାୟକ ସଲା ସୁତୁରା ପିସୀ କାରବାର କରିବା ସହ ବଦଳି,ବଦଳି ବାତିଲ ଆଦି ପାଇଁ ମୋଟା ଅଙ୍କର ଅର୍ଥ ଆଦାୟ ଖୋଲା, ଖୋଲି ଚାଲିଛି ବୋଲି ଶ୍ରୀ ଛତ୍ରୀୟା କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ଏହି ଡାକ୍ତରଖାନା ରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ି ଥିବା ବେଳେ ଏ ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ବିଭାଗୀୟ ମୁଖ୍ୟ ସଚିବ ଗ୍ରହଣ ନ କଲେ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ଅନୁଷ୍ଠାନ ତରଫ ରୁ ଚେତାବନୀ ଦେଇଛନ୍ତି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...