32.9 C
Balāngīr
Thursday, June 12, 2025

ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୨୦ ୟୁନିଟ ରକ୍ତ ସଂଗ୍ରହ

Must read

ବାରିପଦା, (୧୧/୦୫) : ଆପ୍ର. : ବାରିପଦା ସ୍ଥାନୀୟ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ଓଡିଶା ରକ୍ତଦାତା ମହାସଂଘ, ବାରିପଦା ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରକୁ ବରିଷ୍ଠ ସଦସ୍ୟ ସର୍ଦ୍ଦାର ହରିଚରଣ ସିଂହ ଓ ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ୨ ଜଣ ମହିଳା ସମେତ ମୋଟ ୨୦ ଜଣ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ରକ୍ତଭଣ୍ଡାରର ରୁଚିକା ଖୁରାନା, ଶକୁନ୍ତଳା ମହାନ୍ତ, କରୁଣାକର ଜେନା ଓ ପ୍ରଭାସିନୀ ସାହୁ ରକ୍ତ ସଂଗ୍ରହ କରିଥିଲେ । ସଂସ୍ଥା ତରଫରୁ ସୀତା ମାର୍ଣ୍ଡି, ପଦ୍ମିନୀ ଦାସ, ବସନ୍ତ କୁମାର ହାଁସଦା, ଦିପୁନ ବିନ୍ଧାଣି, ପ୍ରଦୀପ କୁମାର ଭଞ୍ଜଦେଓ ରକ୍ତଦାନ କରିଥିବା ବେଳେ ଡଃ ନିରୋଜ କୁମାର ପୋଥାଳ, ବିମ୍ବାଧର ସାହୁ, ବସନ୍ତ ମହାପାତ୍ର, ଅରବିନ୍ଦ ମୁଖି, ଲୋକନାଥ ମହାନ୍ତ, ଇନ୍ଦ୍ରଜିତ ମହାନ୍ତ, ଅନିଲ କୁମାର ନାୟକ, ପ୍ରତାପେଶ୍ୱର ଦାଶ, ସନତ କୁମାର ଦାସ, ତାପସ ସିଂ, ରଂଜିତା ଦଳେଇ ଓ ନମିତା ନାୟକ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଅତ୍ୟଧିକ ଗରମକୁ ଖାତିର ନକରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ରକ୍ତଭଣ୍ଡାର ଓ ସଂସ୍ଥା ତରଫରୁ ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...