ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୯/୧୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ରେ ଆଜି ସକାଳ ୯.୩୦ ରେ ହରଭଙ୍ଗା JMFC କୋର୍ଟ ର ନୂତନ କୋଠାର ଶୁଭ ଉଦ୍ଘାଟନ ହୋଇଯାଇଛି ।
ହରଭଙ୍ଗା JMFC କୋର୍ଟ ର ନୂତନ କୋଠା ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଟି ଭରଚୁଆଲ ଭିଡ଼ିଓ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ର ଚିଫ ଜର୍ସଟିସ ଏସ ମୁରଲୀଧର, ହାଇକୋର୍ଟ ବିଚାରପତି ସାବିତ୍ରୀ ରଥ, ବି. ଆର ଷଡଙ୍ଗୀ ପ୍ରମୁଖ ଉପସ୍ଥିତି ରହି ଭରଚୁଆଲ ମାଧ୍ୟମରେ ନୂତନ କୋଠା ର ଶୁଭ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ବୌଦ୍ଧ ଜିଲ୍ଲା ଜର୍ଜ ପ୍ରତିମା ପଣ୍ଡା, ହରଭଙ୍ଗା JMFC ବିଚାରପତି ସମ୍ୟା ରାଓ, ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକାରୀ, ବୌଦ୍ଧ ଓକିଲ ସଂଘ ସଭାପତି ତାରିଣୀ ମହାପାତ୍ର ତଥା ବୌଦ୍ଧ ଜୁଡ଼ିସିଆଲ ର ଅନନ୍ୟ ଅଧିକାରୀ ଙ୍କ ସମେତ ହରଭଙ୍ଗା ବାର ଆସୋସିଏସନ ଅକ୍ଷୟ ସାହୁ, ଉପସଭାପତି ରବି ଚନ୍ଦ୍ର ପ୍ରଧାନ, ସମ୍ପାଦକ ରଞ୍ଜିତ ପ୍ରଧାନ, କୋଷାଧ୍ୟକ୍ଷ ଦିଲୀପ ପଲ୍ଲୀଆ, ବରିଷ୍ଠ ଓକିଲ ତଥା ହରଭଙ୍ଗା ବ୍ଲକ ଚେଆରମେନ ବିଶ୍ୱଜିତ ମିଶ୍ର ଙ୍କ ସମେତ ହରଭଙ୍ଗା ବାର ଆସୋସିଏସନ ର ଅନନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।