କାଶୀନଗର ୫/୪-ଆପ୍ର): ଆଜି କାଶୀନଗର ସହର ରେ ଥିବା ହରିଜନ ସାହି ଉପ୍ରା ବିଦ୍ୟାଳୟରେ ୭୪ତମ ସ୍ଥାପନା ଦିବସ ଓ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |
ହରିଜନ ସାହି ଉପ୍ରା ବିଦ୍ୟାଳୟ ଠାରେ ଆୟୋଜିତ ଏକ ବର୍ଣ୍ଣଧ୍ୟ୍ୟ ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେ ଈଶ୍ୱର ରାଓ ସଭାପତି ତ୍ବ ରେ ଅନୁଷ୍ଠିତ ସଭା ରେ ପୂର୍ବତନ ପ୍ରଧାନ ଶିକ୍ଷକ ବିବାୟକ ଲେଙ୍କା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜଗଦୀଶ ପାତ୍ର ହୋଗା ଦେଇ ବିଦ୍ୟାଳୟ ର ଇତିହାସ, ଓ ସେକାଳ ରେ ବିଦ୍ୟାଳୟ ର ପରିସ୍ଥିତି ଓ ବର୍ତମାନ ର ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ | ବିଦ୍ୟାଳୟ ତରଫରୁ କେକ୍ କଟା ଯାଇଥିଲା | ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା | ପରେ ଚଳିତ ବର୍ଷ ଅଷ୍ଟମ ଶ୍ରେଣୀରେ ଉତୀର୍ଣ୍ଣ ୨୨ଛାତ୍ର ଛାତ୍ରୀଙ୍କୁ ବିଦାୟ ଦିଆଯାଇଥିଲା | ବିଦ୍ୟାଳୟ ରେ କଟାଇଥିବା ୮ ବର୍ଷର ଅଭିଜ୍ଞ୍ୟାତା କୁ କେବେ ଭୁଲି ପାରିବ ନାହିଁ, ଏଣୁ ଏହି ଅଭିଜ୍ଞ୍ୟାତା କୁ ପାଥେୟ କରି ଜୀବନ କୁ ଆଗକୁ ବଢାଇବା ସହ ଉତ୍ତର ଉତ୍ତର ଭବିଷ୍ୟତ ଉଜ୍ଜ୍ୱଳ କାମନା କରାଯାଇଥିଲା | ପିଲାଏ ଅଶ୍ରୁ ମୋଚିତ ନୟନ ରେ ବିଦ୍ୟାଳୟ ପରିତ୍ୟାଗ କରିଥିଲେ |