32.9 C
Balāngīr
Saturday, April 26, 2025

ହର୍ଷ ଉଲ୍ଲାସରେ ସହ ଶେଷ ହେଲା ଚଇତି ଶେଷ ରଜନୀ; ୬ କୋଟି ଟଙ୍କା ବ୍ୟବସାୟର ରେକର୍ଡ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୪/୦୧) : ଆଜି ଚଇତି ୨୦୨୪ ର ଶେଷ ରଜନୀ ଧୁମ ଧାମରେ ପାଳନ ହୋଇଯାଇଛି । ଚଳିତ ବର୍ଷ ଚଇତି ୬କୋଟି ଟଙ୍କାର ବ୍ୟବସାୟ କରି ଉଲ୍ଲେଖନୀୟ ସଫଳ ହାସଲ କରିଛି ।WhatsApp Image 2025 01 05 at 15.06.07 ହର୍ଷ ଉଲ୍ଲାସରେ ସହ ଶେଷ ହେଲା ଚଇତି ଶେଷ ରଜନୀ; ୬ କୋଟି ଟଙ୍କା ବ୍ୟବସାୟର ରେକର୍ଡ

ହର୍ଷ ଉଲ୍ଲାସରେ ସହ ଶେଷ ହେଲା ଚଇତି ଶେଷ ରଜନୀ । ଚତୁର୍ଥ ରଜନୀରେ ଦର୍ଶକ ଲୋକ କଳା ସହ ମଣ୍ଟୁ ଛୁରୀଆଙ୍କ ଗୀତରେ ଭରପୁର ଉପଭୋଗ କରିଥିଲେ । ମୁଖ୍ୟ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ଜିଲ୍ଲାକୁ ସର୍ବୋଚ୍ଚ ଜିଲ୍ଲାରେ ସାମିଲ କରିବା ପାଇଁ ଏକତ୍ରିତ ହେବାକୁ ନିବେଦନ କରିଥିଲେ । ପ୍ରକୃତିର ସମ୍ଭାର ଆମ ଜିଲ୍ଲାକୁ ପର୍ଯ୍ୟଟନ ହବ୍ କରିବାକୁ ସମସ୍ତେ ମିଳିତ ଉଦ୍ୟମ କରିବାକୁ ହେବ ବୋଲି ନିଜ ଅଭିଭାଷଣ ରଖିଥିଲେ । ଗାଁ ଗହଳିରେ ଲୁକ୍କାୟିତ କଳା ସଂସ୍କୃତି ପରମ୍ପରା କୁ ବିଶ୍ୱ ସ୍ତରରେ ପହଞ୍ଚାଇବାର ମାଧ୍ୟମ ସାଜିଛି ଚଇତି । ଜିଲ୍ଲାର ୮୦ ପ୍ରତିଶତ ଆଦିବାସୀଙ୍କ ଚଇତି ପ୍ରମୁଖ ପର୍ବ ପାଲଟିଲାଣି ।

ଆମ ଜିଲ୍ଲାର ବିକାଶ ଧାରା ତ୍ୱରାନ୍ୱିତ ପାଇଁ ସାମିଲ ହେବା ନେଇ ମୁଖ୍ୟ ବକ୍ତା ଭାବେ ବିଷମକଟକ ବିଧାୟକ ନୀଳମାଧଵ ହିକକା କହିଛନ୍ତି । ଅନ୍ତିମ ରଜନୀର ସମ୍ମାନିତ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଵିଷମ କଟକ ବିଧାୟକ, ନୀଳମାଧଵ ହିକକା, ଜିଲ୍ଲାପାଳ ପାରୁଲ ପଟାୱରୀ, ଜିଲ୍ଲାପରିଷଦ ଅଧକ୍ଷା ସରସ୍ୱତୀ ମାଝି, ଡିଆରଡିଏ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ, ଜିଲ୍ଲାପରିଷଦ ଉପସଭାପତି ସନ୍ତୋଷ ସୁନା ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ଦେଇଥିଲେ । ଜିଲ୍ଲାପାଳ ପାରୁଲ ପଟାୱରୀ ସ୍ୱାଗତ ଅଭିଭାଷଣ ରଖିଥିଲେ । ଡିଆରଡିଏ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।WhatsApp Image 2025 01 05 at 15.08.28 ହର୍ଷ ଉଲ୍ଲାସରେ ସହ ଶେଷ ହେଲା ଚଇତି ଶେଷ ରଜନୀ; ୬ କୋଟି ଟଙ୍କା ବ୍ୟବସାୟର ରେକର୍ଡ

ଉପସ୍ଥିତ ଅତିଥିଙ୍କ ଦ୍ୱାରା ସମସ୍ତ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଓଡିଶା ସିଭିଲ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ସୁନୀଲ ଶବର, ସୁନିତା ବେହୁରି, ପ୍ରାଚୀପ୍ରୀୟା ଦଳାଇ, ସୁନୀଲ କିଲାକା, ଲକ୍ଷେଶ୍ୱରୀ ମାଝି, କ୍ରୀଡ଼ାବିତ ସ୍ଵାତି ପ୍ରିୟା ପ୍ରଧାନ, ଅଧ୍ୟାପକ ଡଃ. ଈଶ୍ୱର ଚନ୍ଦ୍ର ନାୟକ, ସହକାରୀ ଅଧ୍ୟାପକ ଡଃ ମହେଶ୍ୱର ଦୁରିଆ, ଡଃ ଗୀତାଞ୍ଜଳି ନାୟକ, ରାଜେଶ ବିଶ୍ୱାଳଙ୍କୁ ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସେହିଭଳି ଉଚ୍ଚତ୍ତମ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ ନିମନ୍ତେ ପ୍ରଥମ ସ୍ଥାନ ପାଇଥିବା ଉଦ୍ୟାନ ବିଭାଗ, ଦ୍ୱିତୀୟ ସ୍ଥାନରେ ଜଳଛାୟା ବିଭାଗ, ତୃତୀତ ସ୍ଥାନରେ ଜିଲ୍ଲା ନିୟୋଜନ ବିଭାଗକୁ ସମ୍ମାନିତ କରାଯାଇଛି । ଅପର ପକ୍ଷରେ ଜୟପୁର ସତ୍ୟସାଇ ଏସ.ଏଚ.ଜି, ଗୋପୀନାଥ ଏସ.ଏଚ.ଜି ଏବଂ ଧରଃତିପେନୁ ଫାର୍ମେରକୁ ଉଲ୍ଲେଖନୀୟ ବ୍ୟବସାୟ ପାଇଁ ସମ୍ମାନିତ କରାଯାଇଅଛି । ଜିଲ୍ଲାର ପଦ୍ମପୁର, ଗୁଣପୁର, ରାୟଗଡା ବିଡିଓ ମାନଙ୍କୁ ଉନ୍ନୟନ କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟକାରିତା ପାଇଁ ସମ୍ମାନିତ କରାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...