ରିପୋର୍ଟ : ଗୋପିନାଥ ଗୌଡ଼।
ରାୟଗଡା, (୧୩/୦୮) : ସାରା ଭାରତ ବର୍ଷରେ ଭାରତର ପ୍ରଧାନ ମନ୍ତ୍ରୀଙ୍କର ଆହ୍ବାନ କ୍ରମେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଇଛି ।
ଆମ ଭାରତ ଦେଶର ଗର୍ବ ଓ ଗୌରବ ହେଉଚି ଆମ ଜାତୀୟ ପତାକା । ଏହି ପରିପେକ୍ଷୀରେ ତ୍ରିରଙ୍ଗା କୁ ସମ୍ମାନ ଦେବା ସହ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତିୟ ବୋଲି ଦେଶପ୍ରେମ ଜାଗ୍ରତ କରିବା ଏବଂ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବିରପୁତ୍ର ମାନଙ୍କ ଅମର ଗାଥା ବଜାୟ ରଖିବା ଓ ଦେଶର ଅଖଣ୍ଡତା କୁ ଅକ୍ଷୁର୍ଣ୍ଣ ରଖିବା ଏହି ମହାନ୍ ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ହର ଘର ତିରଙ୍ଗା ଅଭିଯାନ ଆରମ୍ଭ କରାଯାଇଛି ।
ଏହି ଅଭିଯାନ ଆୟୋଜନ ପ୍ରତ୍ୟେକ ଘରେ ଘରେ ପ୍ରତ୍ୟେକ ଗ୍ରାମାଞ୍ଚଳରେ ତିରଙ୍ଗା ପତକା ଉତ୍ତୋଳନ କରି ଦେଶାତ୍ମକ ବୋଧ ପ୍ରତୀକ ସ୍ଵରପ ପରିଚୟ ଦେବେ ।
କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ମୋହଦୟା ଶ୍ରୀମତୀ ପାରୁଲ ପଟୱାରି ଯୋଗ ଦେଇ ସବୁଜ ରଙ୍ଗ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଶହ ଶହ ସଂଖ୍ୟାରେ ସ୍କୁଲ୍, କଲେଜ୍ ଛାତ୍ରଛାତ୍ରୀ, ସାମ୍ୱାଦିକ ସଂଘ , ପ୍ରଶାସନିକ ଅଧିକାରୀ, ଓକିଲ ସଂଘ, ସ୍ବେଚ୍ଛାସେବୀ, ଡ୍ରାଇଭର ସଂଘ ଅଂଶ ଗ୍ରହଣ କରିଥିଲେ ।
ହର ଘର ତିରଙ୍ଗା ପଦଯାତ୍ରା ରେଳଷ୍ଟେସନ ଛକ ନିକଟରୁ ବିଶାଳ ଶୋଭାଯାତ୍ରାରେ ବାହାରି ସାରା ସହର ପରିକ୍ରମା କରି, ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ଲୋଗାନ ଦେଇ ମହାତ୍ମା ଗାନ୍ଧୀ ପାର୍କରେ ପହଞ୍ଚିଥିଲା । ପ୍ରଶାସନ ତରଫରୁ ରାୟଗଡା ଜିଲ୍ଲାରେ ୭୫,୦୦୦ ହଜାର ତିରଙ୍ଗା ପତକା ବଣ୍ଟନ କରାଯାଇଅଛି ବୋଲି ସୂଚନା ମିଳିଛି ।