ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୩୦/୦୧) : ମେଡିକାଲର ୪ ମହଲାରୁ ଡେଇଁ ପଡିଲେ ରୋଗୀ, ଚାଲିଗଲା ଜୀବନ । କଟକ ଜଗତପୁର ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି ।
ଜଣେ ରୋଗୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ହଠାତ୍ ୪ ମହଲାରୁ ଡେଇଁ ପଡିଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତକ ଢେଙ୍କାନାଳର ପ୍ରଭାସ ଧଳ ବୋଲି ଜଣାପଡିଛି । ତେବେ ପ୍ରଭାସ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।