କାଶୀନଗର ୩୦/୩-ଆପ୍ର): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାମନଗର ହାଇଟେକ ପ୍ଲାଜ଼ା ଠାରେ ପାରଳା କଳା ସଂସ୍କୃତି ଟ୍ରଷ୍ଟ ତରଫରୁ ହାଇଟେକ ଅଧକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ ଏବଂ ପାରଳା ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀଙ୍କ ଆନୁକୂଲ୍ୟରେ ଉଗାଦି ଉତ୍ସବ ଅନୁଷ୍ଠିତ ହୋଇଥିଲା l
ଏଥିରେ ସ୍ଥାନୀୟ ତଥା ରାଜ୍ୟ ବାହାରରୁ ବିଭିନ୍ନ ଡ୍ୟାନ୍ସ ଗ୍ରୁପ, ଆନ୍ଧ୍ର ଜବରଦସ୍ତର ଆଦି ଟିମ ପ୍ରତିଭା ପ୍ରଦର୍ଶନ କରିଥିଲେ l ଏହି ଉତ୍ସବ ରେ ହାଇଟେକ ଅଧକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ ଏବଂ ପାରଳା ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ହାସ୍ୟ ପରିବେଷଣ କରିଥିବା ଜବରଦସ୍ତର ଆଦି ଟିମ ଏବଂ ଅନ୍ୟାନ୍ୟ ଡ୍ୟାନ୍ସ ଗ୍ରୁପ କୁ ପୁରସ୍କାର ସହ ସନମ୍ମାନିତ କରିଥିଲେ l ଏହି ଉତ୍ସବରେ ଜିଲ୍ଲାପରିଷଦ ଅଧକ୍ଷ ଜି.ତିରୁପତି ରାଓ ,ପୌରପରିଷଦ ଅଧକ୍ଷା ନିର୍ମଳା ସେଠୀ ,ଗୋଶାଣୀ ଅଧକ୍ଷ ଏନ. ଭୀର ରାଜୁ, କାଶୀନଗର ବ୍ଲକ ଅଧକ୍ଷା ଵାଲାସାଇଆମ୍ମା,ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ,ପୂର୍ବତନ ବିଧାୟକ କେ. ସୂର୍ଯ୍ୟାରାଓ, ଜିଲ୍ଲାପରିଷଦ ଏସ. ବାଲରାଜୂ, ପ୍ରସାଦ ପାଣିଗ୍ରାହୀ, ଭରତ ଭୂଷଣ ମହାନ୍ତି,କଉଁସେଲର, ସରପଞ୍ଚ ସମିତି ବିଜୁ ପ୍ରେମୀ ଏବଂ କର୍ମୀ ଉପସ୍ଥିତ ରହି ଏହି ଉତ୍ସବକୁ ଆଗେଇ ନେବାରେ ସହଯୋଗ କରିଥିଲେ l
Two Principal Secretaries of PMO, India, Hail from Odisha: A Proud Moment for the State
ଏହି ମଞ୍ଚ ମାଧ୍ୟମରେ ପାରଳା ମାଟିର କଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ନିମନ୍ତେ ଏକ ଉତ୍କୃଷ୍ଟ ପଦକ୍ଷେପ l ଏହି ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏହି ଉତ୍ସବ ଆୟୋଜନ କରାଯାଏ ବୋଲି ବିଧାୟକ ମତ ରଖିଛନ୍ତି l