ସାଲେପୁର, (୦୪/୦୭) : ଆପ୍ର. : ମାଲିକ ଉପରେ ଚଢିଗଲା ନିଜ ହାଇୱା । ଘଟଣାସ୍ଥଳରେ ଚାଲିଗଲା ଜୀବନ । ଜଗତପୁର ଥାନା କଟକ ଚାନ୍ଦବାଲି ରାସ୍ତାର ଖଇରା ପୋଲ ନିକଟରେ ଦୁର୍ଘଟଣା ।
ଗତକାଲି ବିଳମ୍ୱିତ ରାତିରେ ଗ୍ୟାରେଜରୁ କାମ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ହାଇୱା ସାମନାରେ ଥିବା ବାଇକରେ ବସିଥିବା ବେଳେ ହଠାତ୍ ହାଇୱାଟି ତାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନିଶ୍ଚିନ୍ତକୋଇଲି ଅଞ୍ଚଳର ରାକେଶ ସ୍ୱାଇଁ । ଜଗତପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ମେଡିକାଲକୁ ପଠାଇଛି । ତେବେ ହାଇୱାଟି କିଭଳି ଅଚାନକ ତାଙ୍କ ଉପରେ ଚଢିଗଲା ତାହା ଅସ୍ପଷ୍ଟ ରହିଛି । ଏହା ହତ୍ୟା ନା ଦୁର୍ଘଟଣା ସେଦିଗ ନେଇ ପୋଲିସ ତଦନ୍ତ କରୁଛି । ହାଇୱାରେ କେହି ଡ୍ରାଇଭର ଥିଲେ ନା ହାଇୱାଟି ଆପେ ଆପେ ଗଢି ଯାଇଥିଲା ତାହାର ତଦନ୍ତ ଚଳାଇଛି ପୋଲିସ ।