32.9 C
Balāngīr
Saturday, July 12, 2025

ହାତରେ ଟିକେଟ ଥାଇ ଅନ୍ନ ପ୍ରସାଦ ପାଈଁ ଭକ୍ତ ହଟହଟା

Must read

ରାୟଗଡା, (୩୦/୦୬) : ଆପ୍ର. : ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ଼ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଆଡମ୍ବରରେ ପାଳିତ ହୋଇଛି ଗୁଣ୍ଡିଚା ରଥଯାତ୍ରା।WhatsApp Image 2025 06 30 at 00.16.44 ହାତରେ ଟିକେଟ ଥାଇ ଅନ୍ନ ପ୍ରସାଦ ପାଈଁ ଭକ୍ତ ହଟହଟା

ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରଯାଇଛି। ରଥଟଣା ପରେ ଆଡ଼ପ ମଣ୍ଡପରେ ତିନି ଠାକୁର ବିଜେ କରିଛନ୍ତି । ନଅ ଦିନ ଧରି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥାଆନ୍ତି ଶ୍ରଦ୍ଧାଳୁ ମାନେ । ଭକ୍ତ ଭଗବାନ୍ ଙ୍କ ଦର୍ଶନ କରିବା ସହିତ ବର୍ଷକୁ ଥରେ ମହାପ୍ରଭୁଙ୍କ ଅନ୍ନ ପ୍ରସାଦ ଟିକେ ପାଇବା ପାଇଁ ଟିକେଟ କାଡନ୍ତି । ଦେଵତ୍ତର ବିଭାଗ ରାୟଗଡ଼ ପକ୍ଷରୁ ଅନ୍ନ ପ୍ରସାଦ ବିକ୍ରୟ ପାଇଁ ବ୍ୟବସ୍ଥା କରା ଯାଇଥାଏ। ଚଳିତ ବର୍ଷ ଅନ୍ନ ପ୍ରସାଦ ଟିକେଟର ମୂଲ୍ୟ ୬୦ ଟଙ୍କା ରଖା ଧାର୍ଯ୍ୟ କରାଯାଇଛି ।

ଆବଶ୍ୟକତା ଠାରୁ ଅଧିକ ଟିକେଟ ବିକ୍ରି କିନ୍ତୁ,ପ୍ରସ୍ତୁତି କମ୍ ରହୁଛି। କିନ୍ତୁ, ଟିକେଟ ବିକ୍ରୟ ହେଲା ପରେ, ଅନ୍ନ ପ୍ରସାଦ ବିତରଣ ବେଳେ ବ୍ୟବସ୍ଥା ଠିକ୍ ରହୁ ନ ଥିବା ଯୋଗୁଁ ହାତରେ ଟିକେଟ ଧରି ଭକ୍ତମାନେ ହଟହଟା ହେଉଥିବା ନଜିରକୁ ଆସିଛି । ଭକ୍ତମାନଙ୍କ ଅଭିଯୋଗ ପ୍ରକାରେ ସକାଳୁ ଆସି ଟିକେଟ କରୁଛୁ ଟିକେଟ ସରିଯିବ ବୋଲି! କିନ୍ତୁ, ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ରହିବା ପରେ ମଧ୍ୟ କୁହାଯାଉଛି ଅନ୍ନପ୍ରସାଦ ସରି ଯାଇଛି। ରୋଷେଇ ପୁଣି ଥରେ ହେଉଛି। କେଉଁଭଳି ବ୍ୟବସ୍ତା ଏହା !WhatsApp Image 2025 06 30 at 00.16.45 ହାତରେ ଟିକେଟ ଥାଇ ଅନ୍ନ ପ୍ରସାଦ ପାଈଁ ଭକ୍ତ ହଟହଟା

ବିକ୍ରୟ ହୋଇଥିବା ଟିକେଟ ସଂଖ୍ୟା ଅନୁପାତରେ ଅନ୍ନ ପ୍ରସାଦ ପ୍ରସ୍ତୁତ କରାଯାଉ ନାହିଁ କି, କିମ୍ୱା ଟିକେଟ ଅଧିକ ବିକ୍ରି କରି ଅନ୍ନ ଅନୁପାତ କମ୍ ରୋଷେଇ କରୁଛନ୍ତି କି। ଅନ୍ନ ପ୍ରସାଦ ଟିକେ ସାରିବା ପାଇଁ ବୃଦ୍ଧ ଓ ବୃଦ୍ଧା ଲୋକ ଅପେକ୍ଷାରେ ରୁହନ୍ତି। ଅନ୍ୟପଟେ ଘଣ୍ଟାଘଣ୍ଟା ଧରି ଅପେକ୍ଷାରେ ରହିବା ପରେ ମଧ୍ୟ ରୋଷେଇ ହେଇଥିବା ଅନ୍ନକୁ ଅପେକ୍ଷା କରିବା ପାଇଁ ପଡ଼ୁଛି ବୋଲି ଭକ୍ତମାନେ ଅଭିଯୋଗ କରିଛନ୍ତି। ଏହିଭଳି ଅନିୟମିତତାକୁ ଏଡ଼ାଇବା ପାଇଁ ପୂର୍ବ ପ୍ରସ୍ତୁତି କିଛି କରାଯାଉ ନାହିଁ କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ହାତରେ ଟିକେଟ ଥାଇ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବା, କିଛି ସମୟ ପରେ କୁହାଯାଏ ଅନ୍ନ ରୋଷେଇ ହେଉଛି ଅପେକ୍ଷା କର ବୋଲି କହିବା ଏହିସବୁ କଥାକୁ ଦୃଢ଼ ନିନ୍ଦା କରିଛନ୍ତି ଅନ୍ନ ପ୍ରସାଦ ପାଇଁ ଆସୁଥିବା ଭକ୍ତମାନେ। ଦେବତ୍ତର ବିଭାଗ ଗଂଭିରତାର ସହ ଆଲୋଚନା କରନ୍ତୁ ବୋଲି ଦାବୀ ହୋଇଛି।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...